ସୁରକ୍ଷାକର୍ମୀଙ୍କ ବଡ ସଫଳତା; ଏନକାଉଣ୍ଟରରେ ଟଳିଲେ ୧୨ ନକ୍ସଲ

ମୁମ୍ବାଇ: ସୁରକ୍ଷାକର୍ମୀଙ୍କ ବଡ ସଫଳତା। ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଗଡଚିରୋଲିରେ ପୁଲିସକୁ ବଡ ସଫଳତା ମିଳିଛି | ଆଜି ଏଠାରେ ହୋଇଥିବା ବଡ ଧରଣର ଏନକାଉଣ୍ଟରରେ ପୁଲିସ ଗୁଳିରେ ୧୨ ଜଣ ନକ୍ସଲ ନିପାତ ହୋଇଛନ୍ତି | ନକ୍ସଲ ଏବଂ ପୁଲିସ୍ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା |

Naxals

ଆଉ ଏହି ଏନକାଉଣ୍ଟରରେ ଡିଭିଜନାଲ କମିଟି ସଦସ୍ଯ ଲକ୍ଷମଣ ଅତ୍ରାମ ଓରଫ ବିଶାଲ ସମେତ ୧୨ ଜଣ ନିପାତ ହୋଇଛନ୍ତି | ଗଡଚିରୋଲିରେ ପୁଲିସ-ନକ୍ସଲଙ୍କ ଏନକାଉଣ୍ଟରରେ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନାଗପୁରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଆଜି ଗଡ଼ଚିରୋଲିର ବଦୋଲି ଗାଁ ନିକଟରେ ୧୨ରୁ ୧୫ ଜଣ ନକ୍ସଲ ଏକାଠି ଥିବାର ଗୁଇନ୍ଦା ସୂଚନା ମିଳିଥିଲା | ଏହାପରେ ସି-୬୦ ଟିମର ଯବାନମାନେ ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଅପରେସନ ଆରମ୍ଭ କରିଥିଲେ | ପୁଲିସକୁ ଦେଖି ନକ୍ସଲମାନେ ଆଖିବୁଜା ଗୁଳି ଚଳାଇଥିଲେ |

ଏହାପରେ ସେମାନଙ୍କ ଗୁଳିର ଜବାବ ଦେବାକୁ ଯାଇ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ | ଉଭୟ ପକ୍ଷଙ୍କ ମଧ୍ୟରେ ୬ ଘଣ୍ଟା ଧରି ଗୁଳିବିନିମୟ ପରେ ଯବାନମାନେ ଉକ୍ତ ସ୍ଥାନରୁ ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ସାତୋଟି ସ୍ୱୟଂଚାଳିତ ରାଇଫଲ ସହିତ ତିନୋଟି ଏକେ-୪୭, ୨ଟି ଇନସାସ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଗଡଚିରୋଲିରେ ନକ୍ସଲମାନଙ୍କ ବିପକ୍ଷରେ ବଡ ସଫଳତା ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏନକାଉଣ୍ଟର ଟିମରେ ଅନ୍ତର୍ଭୁକ୍ତ ଯବାନମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏନକାଉଣ୍ଟରରେ ୧୨ ଜଣ ନକ୍ସଲଙ୍କୁ ନିପାତ କରିଥିବା ପୁଲିସ କର୍ମଚାରୀଙ୍କ ପାଇଁ ଫଡନାଭିସ୍ ୫୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+