ଦିଲ୍ଲୀରେ ପୁଣି ଲାଗୁହେଲା GRAP-3, ସମ୍ପୂର୍ଣ୍ଣ ବ୍ୟାନ ଡିଜେଲ ଗାଡ଼ି ଚଳାଚଳ

ଦିଲ୍ଲୀରେ ପ୍ରଦୂଷଣ ପୁଣି ସ୍ଥିତି ବିଗାଡିବାରେ ଲାଗିଛି । ଏଥିପାଇଁ ଦିଲ୍ଲୀରେ ଗ୍ରାପ-୩ ଲାଗୁ କରାଯାଇଛି । ଦିଲ୍ଲୀରେ ଏକ୍ୟୁଆଇ ମାନ ୩୫୧ ରେ ପହଞ୍ଚିଛି । ଦିଲ୍ଲୀରେ ବଦଳୁଥିବା ପାଣିପାଗ ଯୋଗୁଁ ଏକ୍ୟୁଆଇ ବହୁତ ଖରାପ ଶ୍ରେଣୀରେ ପହଞ୍ଚିଛି । ଯେଉଁଥି ପାଇଁ ଗ୍ରାପ-୩ ଲାଗୁ ହୋଇଛି । ସୂଚନା ଅନୁଯାୟୀ, ପ୍ରଦୂଷଣରେ ଦ୍ରୁତ ବୃଦ୍ଧିକୁ ଦେଖି ଦିଲ୍ଲୀ, ଗୁଡଗାଓଁ, ଫରୀଦାବାଦ, ଗାଜିଆବାଦ, ଗୌତମବୁଦ୍ଧ ନଗରରେ ଗ୍ରାପ-୩ ପ୍ରତିବନ୍ଧକ ଲାଗୁହୋଇଛି। ଦିଲ୍ଲୀ ଏନସିଆରରେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି। ସେହିଭଳି ବେସରକାରୀ ଅଫିସକୁ ୫୦ ପ୍ରତିଶତ କ୍ଷମତାରେ କାମ କରିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି କରିବା ସହ ଦିଲ୍ଲୀ ଭଳି ଦେଶର ଅନ୍ୟ ପ୍ରଦୂଷିତ ସହରକୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି କେବଳ ଦିଲ୍ଲୀ ହିଁ ନୁହେଁ ଦେଶର ସବୁ ପ୍ରଦୂଷିତ ସହରର ସ୍ଥିତି ଉପରେ ଶୁଣାଣି କରିବେ। ଏହା ସହ ପ୍ରଦୂଷିତ ସହର ପ୍ରସଙ୍ଗରେ ଶୁଣାଣି ପରିସରକୁ ବଢ଼ାଇବେ । ଏହା ସହ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଦେଶର ସବୁ ପ୍ରଦୂଷିତ ସହରର ତଥ୍ୟ ଉପସ୍ଥାପନ କରିବାକୁ ମଧ୍ୟ କହିଛନ୍ତି।

delhi air pollution

ତୃତୀୟ ଫେଜର ଜିଆରଏପି ଲାଗୁହେବା ପରେ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମ ବୁଦ୍ଧ ନଗର ଅଞ୍ଚଳରେ ପଞ୍ଚମ ଶ୍ରେଣୀ ଯାଏ ପଢୁଥିବା ଛାତ୍ରଛାତ୍ରୀଙ୍କୁ ହାଇବ୍ରିଡ ମୋଡରେ ପାଠ ପଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ସମସ୍ତ ଡିଜେଲ ଚାଳିତ ଗାଡି ଓ ବିଏସ୍-୪ ମଡେଲ ପୂର୍ବର ଗାଡି ଗୁଡିକୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ ଉପରେ ରୋକ ଲଗାଯାଇଛି। ବିଏସ-୩ ମଡେଲର ସମସ୍ତ ଗାଡି ଓ ବିଏସ୍-୪ ମଡେଲର ଡିଜେଲ ଚାଳିତ ହାଲୁକା ଯାନର ଦିଲ୍ଲୀ ଏନସିଆର ମଧ୍ୟକୁ ପ୍ରବେଶ ଉପରେ ରୋକ ଲଗାଯାଇଛି।

ଦିଲ୍ଲୀରେ ପ୍ରଦୁଷଣର ସ୍ତର ଅତ୍ୟନ୍ତ ବଢିଯିବା ପରେ ବାୟୁ ସୁଚକାଙ୍କ କମିଟି ଗତ ନଭେମ୍ବର ୧୫ ତାରିଖରେ ସହରରେ ତୃତୀୟ ଫେଜର ଜିଆରଏପି ଲାଗୁ କରିଥିଲା। ସୁପ୍ରିମ କୋର୍ଟ ସୋମବାର ଦିନ ଏକ ଶୁଣାଣୀରେ ଏହି ସମସ୍ୟାକୁ ସର୍ବଭାରତୀୟ ସମସ୍ୟା ବୋଲି କହିବା ସହ ସରକାରଙ୍କୁ ଦେଶର ସମସ୍ତ ପ୍ରଦୂଷିତ ସହର ଗୁଡିକର ନାଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସିଏକ୍ୟୁଏମ ଭଳି ବାୟୁପ୍ରଦୁଷଣ ନିର୍ଣ୍ଣୟ କରୁଥିବା ସଂସ୍ଥାକୁ ପ୍ରତିଟି ରାଜ୍ୟରେ ଲାଗୁ କରେଇବାକୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+