ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରାପ୍‌-୧ କଟକଣା

ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ଗୁଣବତ୍ତା ଅଚାନକ ହ୍ରାସ ପାଇଛି। ଆଜି ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୨୧୧ରେ ପହଞ୍ଚିବା ପରେ ଏହା 'ଖରାପ' ଶ୍ରେଣୀଭୁକ୍ତ ହୋଇଛି। ଭାରତୀୟ ପାଣିପାଗ ‌ବିଭାଗ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜି (ଆଇଆଇଟିଏମ୍‌)ର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ପ୍ରଦୂଷଣ ସ୍ତର ଏହି ଶ୍ରେଣୀରେ ରହିବ ବା ଆହୁରି ଖରାପ ହୋଇପାରେ। ଏହାର ମୁଖ୍ୟ କାରଣ ମଧ୍ୟରେ ରହିଛି ଗାଡ଼ିର ଧୂଆଁ, ଶିଳ୍ପ କାର୍ଯ୍ୟକଳାପ, ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ ନଡ଼ାପାଳ ଜାଳିବା ଏବଂ ପ୍ରତିକୂଳ ପାଗ ଯୋଗୁଁ ବାୟୁ ଚଳାଚଳରେ ବାଧା।

delhi

ଏହି ସଙ୍କଟକୁ ଦୃଷ୍ଟିରେ ରଖି ବାୟୁ ମାନ ପରିଚାଳନା କମିସନ (ସିଏକ୍ୟୁଏମ୍‌)ର ଗ୍ରେଡେଡ୍ ରେସପନ୍ସ୍ ଆକ୍ସନ୍ ପ୍ଲାନ୍ (ଗ୍ରାପ୍‌) ସବ୍-କମିଟି ଗ୍ରାପ୍‌-୧ ଅଧୀନରେ ପ୍ରଦୂଷଣ ନିୟନ୍ତ୍ରଣ ମାର୍ଗଦର୍ଶିକାକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି। ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଓ ରାଜସ୍ଥାନର ସମସ୍ତ ସଂସ୍ଥା ଓ ସରକାରୀ ଏଜେନ୍ସି ଏହାର କାର୍ଯ୍ୟକାରୀ କରିବା ଦିଗରେ ଯଥୋଚିତ ପଦକ୍ଷେପ ନେବାକୁ କୁହାଯାଇଛି।। ସିଏକ୍ୟୁଏମ୍‌ ନିୟମିତ ବାୟୁ ମାନ ସୂଚକାଙ୍କର ଧାରା ଓ ପୂର୍ବାନୁମାନ ନିରୀକ୍ଷଣ କରି ଆବଶ୍ୟକ ହେଲେ ଗ୍ରାପ୍‌-୨ କିମ୍ବା ଅଧିକ କଡ଼ା ନିୟମ ଲାଗୁ କରିବେ।

ଗ୍ରାପ୍‌-୧ ଅଧୀନରେ ଶିଳ୍ପ ଧୂଆଁ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ନିଆଯିବ। ନିର୍ମାଣ ସ୍ଥାନରେ ଧୂଳି ନିୟନ୍ତ୍ରଣ ପାଇଁ ଜଳ ସିଞ୍ଚନ ଓ ଅନ୍ୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବ। ଏହା ସହିତ ନଡ଼ାପାଳ ଜାଳିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୁରୁଣା ଓ ଅଧିକ ପ୍ରଦୂଷଣକାରୀ ଗାଡ଼ିର ଚଳାଚଳ ସୀମିତ କରାଯିବ। ଟ୍ରାଫିକ୍ ଜାମ୍ ହ୍ରାସ ପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା ହେବ।

ଗ୍ରାପ୍‌ ୧ ନିର୍ଦ୍ଦେଶାବଳୀରେ ଶିଶୁ, ବୃଦ୍ଧ ଓ ଶ୍ୱାସ ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ନାଗରିକଙ୍କୁ କମ୍ ପ୍ରଦୂଷଣ ପାଇଁ ସରକାରୀ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ପରିବେଶ ବିଶେଷଜ୍ଞମାନେ କହିଛନ୍ତି, ଯାନବାହନ ଯୋଗୁଁ ୩୦% ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ଯୋଗୁ ଆଉ ୨୫% ପ୍ରଦୂଷଣ ହେଉଛି। ଏହା ସହିତ ନଡ଼ାପାଳ ପୋଡ଼ି ପାଇଁ ୨୦% ଏବଂ ଅନ୍ୟାନ୍ୟ ଧୂଳି ପ୍ରଦୂଷଣର ୧୫% ଅବଦାନ ରହିଛି। ପାଗର ଶୁଷ୍କ ଓ ସ୍ଥିର ଅବସ୍ଥା ପ୍ରଦୂଷଣକୁ ଆହୁରି ବଢ଼ାଇଛି। ପଞ୍ଜାବ ଓ ହରିୟାଣାରେ ନଡ଼ାପାଳ ପୋଡ଼ିବା ଘଟଣା ଅକ୍ଟୋବର ପ୍ରଥମ ସପ୍ତାହରେ ୩୦% ବୃଦ୍ଧି ପାଇଛି, ଯାହା ଦିଲ୍ଲୀର ବାୟୁକୁ ପ୍ରଭାବିତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+