ରାଷ୍ଟ୍ରପତି ଭବନରେ ଭବ୍ୟ ଡିନର ପାର୍ଟି , ସାମିଲ ହେଲେ ନିମନ୍ତ୍ରିତ ଅତିଥି

କେନ୍ଦ୍ରରେ ମୋଦି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ଅତିଥିଙ୍କୁ ନୈଶ୍ୟ ଭୋଜିରେ ଆପାୟିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଭବ୍ୟ ଡିନର ପାର୍ଟି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ପଡ଼ୋଶୀ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।

ଡିନର ପାର୍ଟିରେ ଯୋଗ ଦେଇଥିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜଜୁ, ସିସେଲ୍ସ ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ୍, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଓ ଭୁଟାନର ପ୍ରଧାନମନ୍ତ୍ରୀ ଥେରିଂ ତୋବଗେ। ପାକିସ୍ତାନ ଓ ଚୀନକୁ ଛାଡ଼ି ୭ ପଡ଼ୋଶୀ ଦେଶର ଶୀର୍ଷ ନେତା ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ମୋଦି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ମୋଦିଙ୍କ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଛାଡ଼ି ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ରହିଥିଲେ। ପ୍ରାୟ ୯ ହଜାରରୁ ଅଧିକ ଅତିଥିଙ୍କ ସାମ୍ନାରେ ମୋଦି ୩.୦ ସରକାର ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ୫୦ ଜଣ କିନ୍ନର ମଧ୍ୟ ଶପଥ ପାଠ ଉତ୍ସବର ମୁଖସାକ୍ଷୀ ବନିଛନ୍ତି।

ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆରମ୍ଭର ସାକ୍ଷୀ ଭାରତର ପଡ଼ୋଶୀ ରାଷ୍ଟ୍ରର ମୁଖ୍ୟମାନେ ବନିଛନ୍ତି। ପଡ଼ୋଶୀ ପ୍ରଥମ ନୀତିରେ ଭାରତ ପକ୍ଷରୁ ଏମାନଙ୍କ ନିମନ୍ତ୍ରଣ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥ, ସିସେଲ୍ସର ଉପ ରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+