Govt Scheme: ସରକାର ଆଣିଲେ ନୂଆ ଯୋଜନା, ଝିଅଙ୍କୁ ଦେବେ ୧ ଲକ୍ଷ ୧ ହଜାର ଟଙ୍କା !

ଝିଅଙ୍କ ଭବିଷ୍ୟତ ସୁରକ୍ଷା ତଥା ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଅନେକ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର । ଏହି କ୍ରମରେ ଏଠି ଆଉ ଏକ ଯୋଜନା ଲାଗୁ ହୋଇଛି ।

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କେଉଁ ସବୁ ଦସ୍ତାବିଜ୍‌ର ଆବଶ୍ୟକତା ରହିଛି । କେଉଁ ବର୍ଗର ଯୁବତୀ ବା ମହିଳା ବା କିଶୋରୀ ଏହି ଯୋଜନାର ଲାଭ ଉଠାଇ ପାରିବେ ତାହା ଜାଣିବା ଜରୁରୀ । ଏହି ଯୋଜନାରେ ପ୍ରଥମେ ଶ୍ରେଣୀରେ ଝିଅଟିଏ ପାଠ ପଢ଼ିବା କ୍ଷଣି ୪୦୦୦ ଟଙ୍କା ଯୋଗାଇ ଦେଇଥାଆନ୍ତି ସରକାର । ସେହିଭଳି ଷଷ୍ଠ ଶ୍ରେଣୀରେ ପାଠ ପଢ଼ିବା ବେଳକୁ ୬୦୦୦ ଟଙ୍କା ଯୋଗାଇ ଦେଉଛନ୍ତି ସରକାର ।

ଏହି ଯୋଜନା ଗତ ୨୦୨୩ରେ ହିଁ କାର୍ଯ୍ୟକାରୀ କରିଥିଲେ ସରକାର । ଏକ ବର୍ଷର ଶିଶୁ କନ୍ୟାଠାରୁ ଆରମ୍ଭ କରି ସମସ୍ତ ବୟସ ବର୍ଗର ଯୁବତୀ ବା ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ଝିଅ ବା ଯୁବତୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର । ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ।

Govt Scheme

ଏହି କ୍ରମରେ ୧୮ ବର୍ଷ ବୟସ ହେଲେ ୭୫ ହଜାର ଟଙ୍କା ଯୋଗାଇ ଦେଉଛନ୍ତି ସରକାର । ହେଲେ ଏବେ ରାଶିକୁ ବୃଦ୍ଧି କରିଛନ୍ତି ସରକାର । ଆଗାମୀ ଦିନରେ ୭୫୦୦୦ ବଦଳରେ ୧ ଲକ୍ଷ ୧ ହଜାର ଟଙ୍କା ଯୋଗାଇ ଦେବେ ସରକାର । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ଏହି ରାଶି ବୃଦ୍ଧି କରାଯାଇଥିବ ନେଇ ଖବର ଆସୁଛି । ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ଏଯାଏଁ ହୋଇନାହିଁ ।

ତେବେ ଏହି ୧ ଲକ୍ଷ ଏକ ହଜାର ଟଙ୍କା ଏକା ସାଙ୍ଗରେ ପାଇ ପାରିବେ ନାହିଁ ଯୁବତୀ । ବିବିନ୍ନ ଚରଣରେ ଯୁବତୀ ବା ମହିଳାଙ୍କୁ ଏହି ରାଶି ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ଶିଶୁ କନ୍ୟା ତଥା ଯୁବତୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ବୋଲି କହିଛନ୍ତି ସରକାର । ଯାହା ଫଳରେ ଝିଅଙ୍କ ଭବିଷ୍ୟତ ଉଜ୍ଜଳ ହୋଇ ପାରିବ ।

ଏହି ଯୋଜନାର ଲାଭା ଉଠାଇବାକୁ ଚାହୁଁଥିବା ହିତାଧିକାରୀଙ୍କୁ ପ୍ରଥମେ ନିକଟସ୍ଥ ବ୍ଲକ୍‌ ଅଫିସ୍‌ ଯାଇ ସେଠାରେ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ହେବ । ଫର୍ମ ସହ ସମସ୍ତ ଆବଶ୍ୟକ ଦସ୍ତାବିଜ୍‌ ସଂଲଗ୍ନ କରିବାକୁ ହେବ । ଖାଲି ସେତିକି ନୁହେଁ ଫୋନ୍‌ ନମ୍ବର ଓ ଦସ୍ତାବିଜ୍‌ଗୁଡ଼ିକୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଦାଖଲ କରିବାକୁ ହେବ ।

ଆବେଦନ ପତ୍ର ଯାଞ୍ଚ୍‌ ହେବାପରେ ହିତାଧିକାରୀଙ୍କୁ ଲିଷ୍ଟ୍‌ରେ ସାମିଲ୍‌ କରାଯିବ । ଏଥିପାଇଁ ଝିଅର ମାତାପିତାଙ୍କ ଆଧାର କାର୍ଡ, ଝିଅର ଫଟୋ, ରାସନ କାର୍ଡ କପି, ଆବାସ ପ୍ରମାଣ ପତ୍ର, ଜନ୍ମ ପ୍ରମାଣ ପତ୍ର, ବ୍ୟାଙ୍କ୍‌ ଆକାଉଣ୍ଟ୍‌, ପାସ୍‌ପୋର୍ଟ ସାଇଜ୍‌ ଫଟୋ, ମୋବାଇଲ ନମ୍ବର ଆଦିର ଆବଶ୍ୟକତା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+