ସମନ୍ୱୟ, ସହଯୋଗ, ସାମର୍ଥ୍ୟ ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇ ସାଇବର ଅପରାଧର ମୁକାବିଲା କରୁଛନ୍ତି ସରକାର : ଅମିତ ଶାହା
କେନ୍ଦ୍ର ସରକାର ସମନ୍ୱୟ, ସହଯୋଗ, ଯୋଗାଯୋଗ ଏବଂ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେଇ ସାଇବର ଅପରାଧର ମୁକାବିଲା କରୁଛନ୍ତି । ନୂଆଦିଲ୍ଲୀରେ ସାଇବର ସୁରକ୍ଷା ଏବଂ ସାଇବର ଅପରାଧ ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକକୁ ସମ୍ବୋଧିତ କରି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି ।
ସେ କହିଛନ୍ତି, ସାଇବର ଅପରାଧ ସମସ୍ତ ଭୌଗୋଳିକ ସୀମା ଅତିକ୍ରମ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଡିଜିଟାଲ୍ ବିପ୍ଳବକୁ ସଫଳ କରିବା ଲାଗି ଉଦ୍ୟମ କରୁଛି ଏବଂ ଭାରତକୁ ସାଇବର ସୁରକ୍ଷିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଗୃହ ମନ୍ତ୍ରଣାଳୟ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି ।

ଅମିତ ଶାହା ଜନସାଧାରଣଙ୍କ ମଧ୍ୟରେ ସାଇବର ଅପରାଧ ରୋକିବା ପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ସାଇବର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରିବା ଲାଗି ପ୍ରୟାସ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଷ୍ଟପ, ଥିଙ୍କ, ଟେକ୍ ଆକ୍ଟିନ ମନ୍ତ୍ର ଉପରେ ସଚେତନତା ସୃଷ୍ଟି ଲାଗି ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି ।












Click it and Unblock the Notifications