କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, VIPଙ୍କୁ ଆଉ ସୁରକ୍ଷା ଦେବେନି NSG କମାଣ୍ଡୋ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, VIPଙ୍କୁ ଆଉ ସୁରକ୍ଷା ଦେବେନି NSG କମାଣ୍ଡୋ , ଦେଶର ଭିଆଇପି ବ୍ୟକ୍ତିତ୍ୱଙ୍କ ସୁରକ୍ଷା ପାଇଁ ନିୟୋଜିତ NSG କମାଣ୍ଡୋଙ୍କ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶର ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏନଏସଜି କମାଣ୍ଡୋଙ୍କୁ ହଟାଇ ଦିଆଯିବ ।

ସେମାନଙ୍କ ସ୍ଥାନରେ ଏବେ ସିଆରଏଫ୍ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ । ତେବେ ଏନଏସଜି କମାଣ୍ଡ କେବଳ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ନିୟୋଜିତ ହେବେ । ଏହି ଆଦେଶ ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ ଏନଏସଜି କମାଣ୍ଡୋଙ୍କ ବ୍ୟବହାର ଏବେ କେବେଳ ଆତଙ୍କବାଦ ବିରୋଧୀ ଅଭିଯାନରେ ହେବ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ୯ ଟି ଭିଆଇପି ଅଛନ୍ତି, ଯେଉଁମାନେ ଜେଡ୍‌-ପ୍ଲସ ବର୍ଗର ସୁରକ୍ଷା ପାଇଛନ୍ତି ଏବଂ NSGର ବ୍ଲାକ କ୍ୟାଟ୍‌ କମାଣ୍ଡୋ ସେମାନଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ଥାନରେ CRPF ଯବାନ ନିୟୋଜିତ ହେବେ। ଖବର ଅନୁଯାୟୀ, ସଂସଦ ସୁରକ୍ଷା ରୁ ଅବସର ନେଇଥିବା CRPF ଯବାନମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଭିଆଇପି ସିକ୍ୟୁରିଟି ୱିଙ୍ଗକୁ ପଠାଯାଇଛି।

ଏଥିପାଇଁ ଏକ ନୂତନ ବାଟାଲିୟନ ମଧ୍ୟ ଗଠନ କରାଯାଇଛି। ଏହି ଯବାନମାନଙ୍କୁ ଭିଆଇପିଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯିବ। ଏହି VIP ଗୁଡିକ Z Plus ସୁରକ୍ଷା ପାଇଛନ୍ତି। ଏନଏସଜି ସୁରକ୍ଷାରେ ଥିବା ୯ ଭିଆଇପିଙ୍କ ମଧ୍ୟରୁ ୨ ଜଣ ଯୋଗୀ ଆଦିତ୍ୟ ନାଥ ଓ ରାଜନାଥଙ୍କୁ ଏଡଭାନସଡ୍ ସିକ୍ୟୁରିଟି ଲାଇସନ (ଏଏସଏଲ) ପ୍ରୋଟକଲ ମିଳିଛି। ଏହି ପ୍ରୋଟକଲ ଅନୁସାରେ ଭିଆଇପି କୌଣସି ସ୍ଥାନକୁ ଯିବା ପୂର୍ବରୁ ସେହି ସ୍ଥାନର ତଲାସୀ ଓ ସିକ୍ୟୁରିଟି ଯାଞ୍ଚ କରାଯାଇଥାଏ।

ଏହି ଦୁଇ ଭିଆଇପିଙ୍କ ଲାଗି ଏହି କାମ ଏପର୍ଯ୍ୟନ୍ତ ଏନଏସଜି କରି ଆସୁଥିଲା। ହେଲେ ଏବେ ଏହି କାମକୁ ସିଆରପିଏଫ ଟେକଓଭର କରିନେଇଛି। ସିଆରପିଏଫ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗାନ୍ଧି ପରିବାରର ୩ ସଦସ୍ୟଙ୍କ ନିମନ୍ତେ ପ୍ରୋଟକଲ ଫଲୋ କରୁଥିଲା।

NSG

ସୂଚନାନୁସାରେ, ୯ ଜଣ ଭିଆଇପିଙ୍କ ମଧ୍ୟରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ସୁପ୍ରିମୋ ମାୟାବତୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏଲ୍.କେ ଆଡଭାନୀ, ସରବାନନ୍ଦ ସୋନୋୱାଲ, ରମଣ ସିଂ, ଗୁଲାବ ନବୀ ଆଜାଦ, ଫାରୁକ ଅବଦୁଲ୍ଲା, ଚନ୍ଦ୍ରବାବୁ ନାଇଡୁଙ୍କୁ ଜେ ପ୍ଲସ ସୁରକ୍ଷା ଏବଂ ଏନଏସଜି ମିଳିଛି ସେମାନଙ୍କ ସୁରକ୍ଷା ପାଇଁ ନିୟୋଜିତ। ବର୍ତ୍ତମାନ CRPF ତାଙ୍କ ସ୍ଥାନରେ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+