ସାବଧାନ!ନିଜ ସିମ୍ ଅନ୍ୟକୁ ଦେଉଛନ୍ତି କି?ହୋଇପାରେ ଜେଲ୍
ନୂଆଦିଲ୍ଲୀ: ଦେଶରେ ଲଗାତର ଭାବେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ଠକମାନେ ଅନ୍ୟ ନାମରେ ଚାଲିଥିବା ସିମକୁ ଉପଯୋଗ କରି ଅପରାଧ ଘଟାଉଥିବା ଜଣାପଡ଼ିଛି । ଭାରତରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ, ଏହି ସମୟରେ ସରକାର ଏକ ବଡ ଘୋଷଣା କରିଛନ୍ତି । ଆପଣଙ୍କର ସିମ୍ କିମ୍ବା ମୋବାଇଲ୍ ଅନ୍ୟ କାହାକୁ ଦେବା ଆପଣଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ । ଯଦି ଅନ୍ୟ କେହି ଆପଣଙ୍କର ସିମ୍ କିମ୍ବା ମୋବାଇଲ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଜାଣି ରଖିବା ଉଚିତ୍ ଯେ ତାଙ୍କ ଭୁଲ୍ କିମ୍ବା ଅପରାଧ ପାଇଁ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡିବ ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସରକାର ସିମ ନେବାର ପ୍ରକ୍ରିୟା ବଦଳାଇବା ସହ ନିୟମକୁ ମଧ୍ୟ କଠୋର କରିଦେଇଛନ୍ତି । ଏହାପରେ ବି କିଛି ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସିମ ବ୍ୟବହାର କରୁଥିବା ନେଇ ମଧ୍ୟ ଜଣାପଡ଼ିଥିଲା । କିଛି ଲୋକଙ୍କର ଫୋନ ବା ମୋବାଇଲ ଅନ୍ୟ କେହି ବ୍ୟବହାର କରୁଥିବା କହିବା ପରେ ପୋଲିସ ବା ଯାଞ୍ଚ ଏଜେନ୍ସିକୁ ଝଟକା ଲାଗିଥିଲା ।

ଏହାପରେ ସରକାର ଟେଲିକମ ଆଇନରେ ସଂଶୋଧନ କରିଥିଲେ । ଯଦି ଆପଣଙ୍କ ସିମ କେହି ବ୍ୟବହାର କରୁଛନ୍ତି, ତେବେ କୌଣସି ଅଘଟଣ ଘଟିଥିଲେ ଦାୟୀ ଆପଣ ରହିବେ । ଯଦି ଉକ୍ତ ସିମରେ କୌଣସି ଅପରାଧିକ କାଣ୍ଡ ଘଟେ, ତେବେ ସେଥିପାଇଁ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ । ଆପଣଙ୍କ ସିମ ବା ମୋବାଇଲ ଅନ୍ୟ ଦ୍ବାରା ବ୍ୟବହାର କରାଯାଇ କୌଣସି ଅପରାଧ ଘଟିଲେ, ସେଥିପାଇଁ ଆପଣଙ୍କୁ ୩ ବର୍ଷର ଜେଲଦଣ୍ଡ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ ।












Click it and Unblock the Notifications