ମଣିପୁରରେ ଫେରିବ ଶାନ୍ତି,କୁକି ମୈତେଇ ସମ୍ପ୍ରଦାୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ୨୦୨୩ ମେ'ରୁ ୨ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଏହାର ସମାଧାନର ସୂତ୍ର ବାହାର କରିବା ପାଇଁ କେନ୍ଦ୍ରର ଉଦ୍ୟମ କ୍ରମେ ବୈଠକ ଅନୁଷ୍ଠିତ ହୋଇଥିଲା। ମେଇତି ଏବଂ କୁକିଙ୍କ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗ ବଢ଼ାଇବା ସହିତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇଆଣିବା ପାଇଁ ଦିଶାନିର୍ଦ୍ଦେଶ ବାହାର କରିବା ବୈଠକର ଉଦ୍ଦେଶ୍ୟ।

manipur

ମେଇତିର ୬ ଜଣିଆ ପ୍ରତିନିଧିଙ୍କ ମଧ୍ୟରେ ଅଲ୍‌ ମଣିପୁର ୟୁନାଇଟେଡ୍‌ କ୍ଲବ୍‌ସ ଅର୍ଗାନାଇଜେଶନ (ଏଏମ୍‌ୟୁସିଓ) ଏବଂ ଫେଡେରେଶନ ଅଫ୍‌ ସିଭିଲ୍‌ ସୋସାଇଟି ଅର୍ଗାନାଇଜେଶନ (ଏଫ୍‌ଓସିଏସ୍‌)ର ପ୍ରତିନିଧି ରହିଥିବାବେଳେ କୁକି ତରଫରୁ ୯ ଜଣ ପ୍ରତିନିଧି ବୈଠକରେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ ଗୋଇନ୍ଦା ବ୍ୟୁରୋର ଅବସରପ୍ରାପ୍ତ ସ୍ବତନ୍ତ୍ର ନିର୍ଦ୍ଦେଶକ ଏ.କେ. ମିଶ୍ରାଙ୍କ ସମେତ ଅନ୍ୟ ମଧ୍ୟସ୍ଥମାନେ ଉପସ୍ଥିତ ଥିଲେ। ପୂର୍ବରୁ ମେଇତି ଏବଂ କୁକି ସମ୍ପ୍ରଦାୟର ନେତାମାନଙ୍କ ସହ ଅଲଗା ଅଲଗା ଆଲୋଚନା ହୋଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମିଳିତ ବୈଠକ ଡାକିବ ବୋଲି ଗତ ଗୁରୁବାର ବିଭାଗୀୟ ମନ୍ତ୍ରୀ ଅମିତ୍‌ ଶାହା ଲୋକ ସଭାରେ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+