ସୋନମ ୱାଙ୍ଗଚୁକଙ୍କ ଉପରେ ଲଦାଖ ଡିଜିପିଙ୍କ ଭାଇରାଲ ଭିଡିଓ AI ଦ୍ୱାରା ପ୍ରସ୍ତୁତ: PIB ଫ୍ୟାକ୍ଟଚେକ୍
ବିନା କୌଣସି ପ୍ରମାଣରେ ପ୍ରତିରକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୋନମ ୱାଙ୍ଗ ଚୁକ୍ଙ୍କୁ ଗିରଫ କରାଯାଇଛି ବୋଲି ଲଦାଖର ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ଏସ୍. ଡି. ସିଂହ ଦାବି କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡ଼ିଓ ବାର୍ତ୍ତାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି ।

ପତ୍ରସୂଚନା କାର୍ଯ୍ୟାଳୟ-ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ କହିଛି ଯେ, ଡିଜିପି ଏଭଳି କୌଣସି ବିବୃତ୍ତି ଦେଇନାହାନ୍ତି । ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରି ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ପ୍ରଚାର - ପ୍ରସାର କରାଯାଇଥିବା ଏଆଇ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ ଗୁଡ଼ିକ ପ୍ରତି ସତର୍କ ରହିବା ପାଇଁ ପିଆଇବି ଜନସାଧାରଣଙ୍କୁ ଅନୁରୋଧ କରିଛି ।












Click it and Unblock the Notifications