Get Updates
Get notified of breaking news, exclusive insights, and must-see stories!

୧୮ରୁ ଆରମ୍ଭ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସେପ୍ଟେମ୍ବର 17 ତାରିଖ ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ବୈଠକରେ ଯୋଗଦେବା ପାଇଁ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଇ-ମେଲ ମାଧ୍ୟମରେ ନିମନ୍ତ୍ରଣ ପଠାଯାଇଛି ।

All-Party Meeting

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ୍ କରି ଲେଖିଛନ୍ତି, ଚଳିତ ମାସ 18 ତାରିଖରୁ ସଂସଦ ଅଧିବେଶନ ପୂର୍ବରୁ ସର୍ବ ଦଳିୟ ବୈଠକ ବସିବା ପାଇଁ ଯାଉଛି । ଏନେଇ ବିରୋଧି ଦଳର ନେତାମାନଙ୍କୁ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଛି । ସେପ୍ଟେମ୍ବର ୧୭ ତାରିଖ ଦିନ ୪.୩୦ରେ ଏହି ବୈଠନ ବସିବା ନେଇ ସୂଚନା ରହିଛି ।

ଟିଏମସି ସାଂସଦ ଡେରେକ ଓ'ବ୍ରାୟନ୍ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ଉପରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ ।

ସେପ୍ଟେମ୍ବର 18 ରୁ 22 ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ଅଗଷ୍ଟ 31ରେ ଏନେଇ ଘୋଷଣା କରିଥିଲେ। କିନ୍ତୁ ଏହି ବିଶେଷ ଅଧିବେଶନକୁ ବସିବାର କାରଣ ବିଷୟରେ କିଛି କହି ନଥିଲେ । ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ ନକରିବାରୁ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସୂଚନାଥାଉ ଯେ, ସେପ୍ଟେମ୍ବର ୧୯ ଗଣେଶପୂଜା ଦିନ ପ୍ରଥମ ଥର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦରେ ବସିବା ପାଇଁ ଯାଉଛି । ସେପ୍ଟେମ୍ବର ୧୮ ତାରିଖ ଦିନ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ । ଗଣମାଧ୍ୟ ଖବର ଅନୁସାରେ, ଏହି ଦିନ ପୁରୁଣା ସଂସଦ ଭବନର ସ୍ମୃତି ବିଷୟରେ ଆଲୋଚନା ହେବ ।

ଅନ୍ୟପକ୍ଷରେ ନୂଆ ସଂସଦର କର୍ମଚାରୀମାଙ୍କ ପାଇଁ ଆସିଥିବା ନୂଆ ୟୁନିଫର୍ମକୁ ନେଇ ବିବାଦ ଲାଗିଛି । ୟୁନିଫର୍ମରେ ବିଜେପିର ଦଳୀୟ ଚିହ୍ନ ପଦ୍ମଫୁଲ୍ ରହିଛି । ଯାହାକୁ ନେଇ ବୋରିଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+