ବିମାନ କମ୍ପାନିଗୁଡ଼ିକଠାରୁ ଟିକଟ ମୂଲ୍ୟ ତଥ୍ୟ ମାଗିଲେ କେନ୍ଦ୍ର ସରକାର
ଗତବର୍ଷ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣରେ ବ୍ୟାପକ ବିଭ୍ରାଟ ଦେଖାଦେଇଥିଲା। ସେହି ସମୟର ଫାଇଦା ଉଠାଇ ସବୁ ଏୟାରଲାଇନ୍ସ ଟିକଟ ଦାମ୍ ବଢ଼ାଇଥିବା ଅଭିଯୋଗ ରହିଛି। ତାହାର ସତ୍ୟତା ଯାଞ୍ଚ କରିବା ଲାଗି କେନ୍ଦ୍ର ସରକାର ବିମାନ କମ୍ପାନିଗୁଡ଼ିକଠାରୁ ତଥ୍ୟ ମାଗିଛନ୍ତି।
ଗତବର୍ଷ ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ହାରାହାରି ଟିକଟ ମୂଲ୍ୟ କେତେ ଥିଲା ତାହା ଜଣାଇବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ପକ୍ଷରୁ ଇଣ୍ଡିଗୋ, ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ସ୍ପାଇସ୍ଜେଟ୍ ଓ ଆକାଶ ଏୟାରକୁ କୁହାଯାଇଛି।

ବଜାରରେ ଥିବା ଆଧିପତ୍ୟକୁ ଇଣ୍ଡିଗୋ ଅପବ୍ୟବହାର କରୁଥିବା ଅଭିଯୋଗର ତଦନ୍ତକୁ ଗତ ମାସରେ ଭାରତୀୟ ପ୍ରତିଯୋଗିତା ଆୟୋଗ (CCI) ଆରମ୍ଭ କରିଥିଲେ। ଭାରତୀୟ ବିମାନ ଚଳାଚଳ ବଜାରରେ ଇଣ୍ଡିଗୋର ୬୫ ପ୍ରତିଶତ ବଜାର ଅଂଶ ରହିଛି। ଗତ ଡିସେମ୍ବରର ୨ରୁ ୯ ତାରିଖ ମଧ୍ୟରେ ଏହା ୪୫୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ କରିଥିଲା।












Click it and Unblock the Notifications