ରାଜ୍ୟପାଳଙ୍କ ବଡ ଘୋଷଣା; କହିଲେ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ମଞ୍ଚ ଶେୟାର କରିବି ନାହିଁ

ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ ଥମିବାର ନାଁ ଧରୁନି। ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି।

mamata banarji

ସୂଚନାନୁସାରେ, ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି, ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ଆମର କୌଣସି କର୍ମଚାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ଶେୟାର କରିବେ ନାହିଁ। ବୋଷ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହିସବୁ କହିଥିଲେ।

ସିଭି ଆନନ୍ଦ ବୋଷ ଆହୁରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ସାର୍ବଜନୀନ ପ୍ଲାଟଫର୍ମ ଶେୟାର କରିବି ନାହିଁ। ସାମ୍ବିଧାନିକ ନିୟମ ଉଲ୍ଲଂଘନ କରିଥିବାରୁ ମୁଁ ତାଙ୍କ ବିରୋଧରେ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ରାଜ୍ୟପାଳ ଭାବରେ ମୋର ଭୂମିକା ସାମ୍ବିଧାନିକ ଦାୟିତ୍ୱରେ ସୀମିତ ରହିବ। ମୁଁ ବଙ୍ଗଳାର ଲୋକମାନଙ୍କ ପ୍ରତି ପ୍ରତିବଦ୍ଧ। ମୁଁ ଆର.ଜି କର ପୀଡିତାଙ୍କ ମାତାପିତା ତଥା ନ୍ୟାୟ ପାଇଁ ବିରୋଧ କରୁଥିବା ଲୋକଙ୍କ ପ୍ରତି ମୋର ପ୍ରତିବଦ୍ଧତାକୁ ଦୋହରାଇଛି। ମୋର ମୂଲ୍ୟାଙ୍କନରେ ସରକାର ନିଜ କର୍ତ୍ତବ୍ୟରେ ବିଫଳ ହୋଇଛନ୍ତି। ଯେପର୍ଯ୍ୟନ୍ତ ବଙ୍ଗଳାର ଲୋକମାନେ ନ୍ୟାୟ ପାଇବେ ଏବଂ ଦୋଷୀମାନଙ୍କୁ ଦଣ୍ଡ ନ ଦିଆଯାଏ, ସେପର୍ଯ୍ୟନ୍ତ ମୁଁ ସାମାଜିକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ବୈଠକ କରିବି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କୌଣସି ସାର୍ବଜନୀନ ପ୍ଲାଟଫର୍ମ ଶେୟାର କରିବି ନାହିଁ ଏବଂ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ମୁଁ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି ନାହିଁ।

କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାବେଳେ ଅଚଳାବସ୍ଥାର ସମାଧାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଗୁରୁବାର ଆଲୋଚନା ପାଇଁ ଡାକିଥିଲେ। ତେବେ ଅଚଳାବସ୍ଥା ଦୂର କରିବାରେ ସରକାର ବିଫଳ ହୋଇଥିବା ଆନ୍ଦୋଳନକାରୀ ଡାକ୍ତରମାନେ କହିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବାରେ ଅଚଳାବସ୍ଥା ଦେଖାଦେଇଛି। ଏଥିପାଇଁ ମମତା ଡାକ୍ତରମାନଙ୍କୁ ଦାୟୀ କରିଥିଲେ। ସରକାର ନିଜ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ହୋଇନାହିଁି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ କହିଛନ୍ତି।

ଆଲୋଚନା ପାଇଁ ୨ ଘଣ୍ଟା ଅପେକ୍ଷା କରିବା ପରେ ମମତା ଗଣମାଧ୍ୟମକୁ ଏକ ଆବେଗଭରା ଭାଷଣରେ କହିଥିଲେ, ମୁଖ୍ୟମନ୍ତ୍ରୀ ପଦ ତାଙ୍କ ପାଇଁ ବଡ଼ ନୁହେଁ। ଜନସାଧାରଣଙ୍କ ସ୍ବାର୍ଥ ପାଇଁ ସେ ପଦ ଛାଡ଼ିବାକୁ ପ୍ରସ୍ତୁତ। ଆନ୍ଦୋଳନରତ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଲେ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କେତେଜଣ ନ୍ୟସ୍ତସ୍ବାର୍ଥ ଲୋକ ଆନ୍ଦୋଳନ ପଛର ମାଷ୍ଟରମାଇଣ୍ଡ ରହିଛନ୍ତି। ସୋସିଆଲ ମିଡିଆରେ ସରକାରୀ ବିରୋଧୀ ବାର୍ତ୍ତା ପୋଷ୍ଟ କରାଯାଉଛି। ଏହାକୁ ରାଜନୈତିକ ରୂପ ଦିଆଯାଉଥିବା ସାଧାରଣ ଲୋକେ ଜାଣନ୍ତି ନାହିଁ ବୋଲି ମମତା କହିଥିଲେ। ରାଜନୈତିକ ରଙ୍ଗ ଦେଉଥିବା ଲୋକେ ନ୍ୟାୟ ଚାହାନ୍ତି ନାହିଁ, ସେମାନେ ଚୌକି ଚାହାନ୍ତି ବୋଲି ମମତା ଖବରଦାତା ସମ୍ମିଳନୀରେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+