ବିଧାନସଭା ଅଧିବେଶନ ମଝିରୁ ଉଠି ଚାଲିଗଲେ ରାଜ୍ୟପାଳ ଆର.ଏନ. ରବି

ତାମିଲନାଡୁ ସରକାର ଓ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ନୂଆ ବିବାଦ । ଆଉ ଏହି ବିବାଦ ଭିତରେ ବିଧାନସଭା ଅଧିବେଶନ ମଝିରୁ ଉଠି ଚାଲିଗଲେ ଆର.ଏନ. ରବି । ତାମିଲ ରାଜ୍ୟ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ ରାଜ୍ୟପାଳ । ଏହି ଦାବିକୁ ବାଚସ୍ପତି ଆପାଭୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

RN Ravi leaves

ଫଳସ୍ୱରୂପ, ଆର.ଏନ. ରବି ଗୃହକୁ ସମ୍ବୋଧିତ ନକରି କାର୍ଯ୍ୟବଳୀ ବର୍ଜନ କରି ଗୃହତ୍ୟାଗ କରିଥିଲେ । ଏପରି କରି ତୃତୀୟ ଥର ପାଇଁ ରାଜ୍ୟପାଳ ଗୃହକୁ ବର୍ଜନ କରିଛନ୍ତି । ପୂର୍ବରୁ ସେ ୨୦୨୪ ଓ ୨୦୨୫ରେ ଭାଷଣ ନଦେଇ ଅଧିବେଶନ ବର୍ଜନ କରିଥିଲେ । ତାମିଲନାଡୁ ଲୋକଭବନ ପରିସ୍ଥିତି ବିଷୟରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି।

ସୂଚନା ଥାଉକି, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବାରୁ ମୁଁ ଗଭୀର ଦୁଃଖିତ । ଅଭିଭାଷଣ ବାଧାପ୍ରାପ୍ତ ହେବା ଦୁର୍ଭାଗ୍ୟଜନକ । ମୁଁ ମୋର ଦାୟିତ୍ୱ ବିଷୟରେ ଭଲଭାବରେ ଅବଗତ । କିନ୍ତୁ, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯିବା ଉଚିତ ବୋଲି ରାଜ୍ୟପାଳ ଆର ଏନ ରବି ତାମିଲନାଡୁ ବିଧାନସଭାରେ କହିଛନ୍ତି । ରାଜ୍ୟପାଳଙ୍କ ଅଭିଯୋଗର ଜବାବରେ ତାମିଲନାଡୁ ବାଚସ୍ପତି ଆପାଭୁ କହିଛନ୍ତି, ବିଧାନସଭାରେ କେବଳ ବିଧାୟକମାନେ ସେମାନଙ୍କର ମତାମତ ଦେଇପାରିବେ ।

ଅନ୍ୟ କେହି ସେମାନଙ୍କର ମତାମତ ଜୋର ଜବରଦସ୍ତ ଲଦି ପାରିବେ ନାହିଁ । ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ସରକାର ପ୍ରସ୍ତୁତି କରିଥିଲେ । ରାଜ୍ୟପାଳ ଆର ଏନ ରବି କହିଛନ୍ତି, ମୋ ମାଇକ୍ରୋଫୋନ ବନ୍ଦ କରିଦିଆଯାଇଥିଲା ଓ ମୋତେ କହିବାକୁ ଦିଆଯାଇନଥିଲା । ଏହା ଯୋଗୁ ମୁଁ ଅପମାନିତ ଅନୁଭବ କରିଥିଲି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+