ସରକାରଙ୍କ ପ୍ରାଥମିକତା ହେଉଛି ଯୁବବର୍ଗଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ସମ୍ପୂର୍ଣ ରୂପେ ଉପଯୋଗ କରିବା: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଗତ ଦେଢ଼ବର୍ଷ ମଧ୍ୟରେ ଦେଶର ଯୁବବର୍ଗଙ୍କୁ ୧୦ ଲକ୍ଷ ସରକାରୀ ଚାକିରୀ ପ୍ରଦାନ କରାଯାଇଛି । ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୭୧ହଜାରରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ସେ କହିଛନ୍ତି ଗତ ୧୦ ବର୍ଷ ଧରି ଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ପ୍ରତିଷ୍ଠାନରେ ଯୁବାବର୍ଗଙ୍କୁ ଚାକିରୀ ଦେବାଲାଗି ଅଭିଯାନ ଚାଲିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବା ଦିଗରେ ଏକ ପ୍ରମୁଖ ମଞ୍ଚ ପାଲଟିଛି । ସେ କହିଛନ୍ତି ସରକାରଙ୍କ ପ୍ରାଥମିକତା ହେଉଛି ଯୁବବର୍ଗଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ସମ୍ପୂର୍ଣ ରୂପେ ଉପଯୋଗ କରିବା । ସରକାରଙ୍କ ନୀତି ଓ ନିଷ୍ପରି ଯୋଗୁଁ ଗ୍ରାଣ ଭାରତରେ ରୋଜଗାର ଏବଂ ସ୍ୱ- ରୋଜଗାର ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଭାରତ ସଂକଳ୍ପ ନେଉଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମେକ୍ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଅଭିଯାନ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅନେକ ଯୋଜନା ମାଧ୍ୟମରେ ଯୁବବର୍ଗଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମହାକାଶ କ୍ଷେତ୍ରରେ ଭାରତ ତାର ନୀତିକୁ ପରିବର୍ତ୍ତନ କରି ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି ଏବଂ ଏଥୁରୁ ଦେଶର ଯୁବବର୍ଗ ସର୍ବାଧିକ ଉପକୃତ ହୋଇଛନ୍ତି । ସେ କହିଛନ୍ତି ଭାରତ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଏବଂ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋ ସିଷ୍ଟମରେ ପରିଣତ ହୋଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର କାମିକ ଓ ପ୍ରଶିକ୍ଷଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ୭୧ହଜାର ନିଯୁକ୍ତି ମଧ୍ୟରେ ଅର୍ଦ୍ଧସାମରିକ ବାହିନୀରେ ୫୦ ହଜାର ନିଯୁକ୍ତି ହୋଇଥିବାବେଳେ ଓବିସି ସମ୍ପ୍ରଦାୟର ଲୋକଙ୍କୁ ୨୧ହଜାର ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ସୂଚନାଯୋଗ୍ୟ ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିବାବେଳେ ସ୍ୱରାଷ୍ଟ୍ର ବ୍ୟାପାର, ତାକ, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆର୍ଥିକ ସେବା ମନ୍ତ୍ରଣାଳୟରେ ନିଯୁକ୍ତି ଦିଆଯାଇଛି । ୨୦୨୬ ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତିମେଳା ଆରମ୍ଭ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୫୦ଟି ସହରରେ ୧୩ଟି ମେଳା ଆୟୋଜିତ ହୋଇସାରିଛି ।












Click it and Unblock the Notifications