Get Updates
Get notified of breaking news, exclusive insights, and must-see stories!

ମାଓବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ ଭୟର ବାତାବରଣକୁ ସମାପ୍ତ କରିଛି; ରାଷ୍ଟ୍ରପତି

ବସ୍ତରର ପଣ୍ଡୁମ ମହୋତ୍ସବ ମାଧ୍ୟମରେ ସମଗ୍ର ଦେଶ ଏବଂ ବିଶ୍ୱ ସେଠାକାର ସମୃଦ୍ଧ ଆଦିବାସୀ ପରମ୍ପରା ସମ୍ପର୍କରେ ଅବଗତ ହୋଇପାରୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଛତିଶଗଡର ଜଗଦଲପୁରଠାରେ ବସ୍ତର ପଣ୍ଡୁମ ମହୋତ୍ସବକୁ ଉଦ୍‍ଘାଟନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ମାଓ କାର୍ଯ୍ୟକଳାପ ବିରୁଦ୍ଧରେ ସରକାର ଗ୍ରହଣ କରିଥିବା ନିର୍ଣ୍ଣାୟକ ପଦକ୍ଷେପ ବହୁବର୍ଷ ଧରି ଲାଗିରହିଥିବା ଭୟ ଏବଂ ଅସୁରକ୍ଷିତ ବାତାବରଣକୁ ସମାପ୍ତ କରିଛି । ମାଓବାଦୀ କାର୍ଯ୍ୟକଳାପ ସହ ଜଡିତ ବହୁ ଲୋକ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଏକ ସକରାତ୍ମକ ବାତାବରଣ ସୃଷ୍ଟି କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପୁନଃ ଥଇଥାନ ଦିଗରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତକ ରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରମେନ ଡେକା, ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ସ୍ତରରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । ୮୪ଟି ଦଳର ୭୦୦ରୁ ଅଧିକ କଳାକାର ୧୨ଟି ସାଂସ୍କୃତିକ ବର୍ଗରେ ସେମାନଙ୍କର ନୈପୁନ୍ୟ ପ୍ରଦର୍ଶନ କରିବେ ।

ଏଥିମଧ୍ୟରେ ଆଦିବାସୀ ନୃତ୍ୟ, ହସ୍ତଶିଳ୍ପ, ପାରମ୍ପରିକ ଆଦିବାସୀ ଖାଦ୍ୟ, ବାଦ୍ୟଯନ୍ତ୍ର ଆଦି ରହିଛି । ରାଷ୍ଟ୍ରପତି ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତ ଶେଷକରି ଛତିଶଗଡ ଯାଇଛନ୍ତି । ଓଡ଼ିଶା ଲୋକଭବନଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍‍ କରି ରାଜ୍ୟର ବିକାଶ ଗାଥା ସମ୍ପର୍କିତ ପୁସ୍ତିକା 'ପ୍ରଗତି ପ୍ରବାହ' ପ୍ରଦାନ କରିଛନ୍ତି ।

President
ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ବିକଶିତ ଓଡ଼ିଶାର ସଂକଳ୍ପକୁ ହାସଲ କରିବାରେ ପ୍ରେରଣା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+