ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ବଡ ନିଷ୍ପତ୍ତି, ଏ ବର୍ଷ ଅମରନାଥକୁ ବିମାନ ସେବା ବନ୍ଦ
ଜୁଲାଇ ୩ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏ ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟର ସେବା ଉପଲବ୍ଧ ହେବ ନାହିଁ ବୋଲି ଜଣାପଡିଛି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ନିର୍ଦେଶକ୍ରମେ 'ଶ୍ରୀ ଅମରନାଥ ସ୍ରାଇନ ବୋର୍ଡ' ପକ୍ଷରୁ ଏହା ଘୋଷଣା କରାଯାଇଛି।

ଶ୍ରଦ୍ଧାଳୁମାନେ ଦୁଇଟି ରାସ୍ତା ଯଥା ପହଲଗାଓଁ ଓ ବାଲତାଲ ଦେଇ ଅମରନାଥ ଗୁମ୍ଫାକୁ ଯାତ୍ରା କରିଥାନ୍ତି। ଏ ବର୍ଷ ଶ୍ରଦ୍ଧାଳୁଙ୍କୁ ଚାଲିଚାଲି, ଖଚର କିମ୍ବା ପାଲିଙ୍କିରେ ଗନ୍ତବ୍ୟସ୍ଥଳ ଯିବାକୁ ପଡିବ। ନିକଟରେ ଉତ୍ତରାଖଣ୍ଡର କେଦାରନାଥରେ ହେଲିକ୍ପଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ସମେତ ୭ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କେଦାରନାଥରେ ପାଞ୍ଚଥର ହେଲିକପ୍ଟର ଦୁର୍ଘଟଣା ହୋଇସାରିଲାଣି। ଏହି ପରିପ୍ରେକ୍ଷୀରେ ପ୍ରତିକୂଳ ପାଗ ଯୋଗୁଁ ଅମରନାଥକୁ ହେଲିକପ୍ଟର ସେବା ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଇତିମଧ୍ୟରେ ଅମରନାଥ ଯାତ୍ରାର ପ୍ରସ୍ତୁତିକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୧ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅମରନାଥ ରୁଟ୍କୁ ନୋ ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି। ଏହି ସମୟରେ ଏହି ରୁଟ୍ରେ ଉଡୁଥିବା କୌଣସି ବିମାନ, ହେଲିକପ୍ଟର କିମ୍ବା ଡ୍ରୋନକୁ ଗୁଳିକରି ଖସାଇ ଦେବାକୁ ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦିଆଯାଇଛି।












Click it and Unblock the Notifications