ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରୋଇ ଗ୍ୟାସ ସିଲିଣ୍ଡର (LPG) ପାଇଁ ବୁକିଂ ଅବଧିକୁ ୨୧ଦିନରୁ ୨୫ ଦିନକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ ଏହାକୁ ୨୧ ଦିନରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ଏବଂ ମହଜୁଦକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାର କହିଛନ୍ତି ଯେ ବର୍ତ୍ତମାନ ଘରୋଇ ଗ୍ୟାସ କିମ୍ବା ଡିଜେଲ ଏବଂ ପେଟ୍ରୋଲର କୌଣସି ଅଭାବ ନାହିଁ।
ମନ୍ତ୍ରଣାଳୟ ମାତ୍ର ତିନି ଦିନ ପୂର୍ବରୁ LPG ସିଲିଣ୍ଡର ପାଇଁ ବୁକିଂ ଅବଧିକୁ ୧୫ ଦିନରୁ ୨୧ ଦିନକୁ ବୃଦ୍ଧି କରିଥିଲା, କିନ୍ତୁ ଏବେ ଏହାକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଗ୍ରାହକମାନଙ୍କୁ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ୨୪ ଦିନର ବ୍ୟବଧାନ ବଜାୟ ରଖିବାକୁ ପଡିବ।

ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଦୁଇ ଦିନ ପୂର୍ବରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଏବଂ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୧୪.୫ ବୃଦ୍ଧି କରାଯାଇଥିଲା। ଇଣ୍ଡିଆନ ଅଏଲ କର୍ପୋରେସନ (IOC) ୱେବସାଇଟ ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଅଣ-ସବସିଡି ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୯୧୩ ହେବ, ଯାହା ପୂର୍ବରୁ ୮୫୩ ଥିଲା।
ବର୍ଷକ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ଏହି ମୂଲ୍ୟ ବୃଦ୍ଧି ମାର୍ଚ୍ଚ ୭ ତାରିଖରୁ ଲାଗୁ ହୋଇଥିଲା। ପୂର୍ବରୁ ଗତ ବର୍ଷ ଏପ୍ରିଲରେ ମୂଲ୍ୟ ୫୦ ବୃଦ୍ଧି କରାଯାଇଥିଲା। ଆଇଓସି ୱେବସାଇଟ ଅନୁଯାୟୀ, ଅଣ-ସବସିଡି ଏଲପିଜିର ମୂଲ୍ୟ ଏବେ ମୁମ୍ବାଇରେ ୯୧୨.୫୦, କୋଲକାତାରେ ୯୩୯ ଏବଂ ଚେନ୍ନାଇରେ ୯୨୮.୫୦ ରହିଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications