ଏକ ବିକଶିତ ରାଷ୍ଟ୍ର ଗଠନ କରିବା ସରକାରଙ୍କ ଲକ୍ଷ୍ୟ: ପିଏମ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ତାଙ୍କ ସରକାରଙ୍କର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ଲିଡରସିପ୍ ସମିଟ୍ର ବୈଠକରେ ଉଦ୍ବୋଧନ ଦେଇ ପିଏମ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଭୋଟ୍ବ୍ୟାଙ୍କ ରାଜନୀତିଠାରୁ ବହୁ ଦୂରରେ ।
ଜନତାଙ୍କ ପାଇଁ ବିକାଶ ଏବଂ ଜନତାଙ୍କ ଦ୍ୱାରା ବିକାଶର ମନ୍ତ୍ର ନେଇ ତାଙ୍କ ସରକାର କାର୍ଯ୍ୟ କରୁଛି । ଜନସାଧାରଣ ମଧ୍ୟ ତାଙ୍କ ସରକାର ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ସେ କହିଛନ୍ତି ଗଣମାଧ୍ୟମ ଯୁଗରେ ଭୁଲ୍ ତଥ୍ୟ ଏବଂ ସୂଚନା ପ୍ରଦାନ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ମୋଦୀ ଆହୁରି କହିଛନ୍ତି ୨୦୧୪ ମସିହାରେ ଦେଶର ବଜେଟ୍ ପରିମାଣ ୧୬ଲକ୍ଷ କୋଟି ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୪୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚୁଛି ।
ସେହିପରି ବ୍ୟୟ ପରିମାଣ ୧୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହୋଇଛି । ନୂତନ ଶିକ୍ଷାନୁଷ୍ଠାନ, ଗବେଷଣା ସୁବିଧା ଏବଂ ରେଳ କ୍ଷେତ୍ରରେ ପାଣ୍ଠି ବିନିଯୋଗ କରାଯାଇଛି । ପ୍ରତ୍ୟେକ ପରିବାରକୁ ଗ୍ୟାସ୍ ସଂଯୋଗ ଦେବା ନିମନ୍ତେ ତାଙ୍କ ସରକାର ପ୍ରାଥମିକତା ଦେଇଆସୁଛନ୍ତି । ୨୦୧୪ ମସିହାରେ ୧୪ କୋଟି ଗ୍ୟାସ୍ ସଂଯୋଗ ଥିବା ବେଳେ ବର୍ତ୍ତମାନ ୩୦ କୋଟିରୁ ଉର୍ଦ୍ଧ୍ୱ ଗ୍ୟାସ୍ ସଂଯୋଗ କରାଯାଇ ପାରିଛି ।

ଦେଶରେ ପରିମଳ କ୍ଷେତ୍ରରେ କେବଳ ଉନ୍ନତି ଘଟିଛି ତାହା ନୁହେଁ, ବରଂ ତାଙ୍କ ସରକାର ଅର୍ଥନୀତିରେ ପ୍ରଗତି ଏବଂ ବହୁସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇଛି । ଦେଶରେ ୧ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ପଞ୍ଜୀକୃତ ଷ୍ଟାର୍ଟଅପ୍ ହୋଇଛି ଏବଂ ଯୁବକମାନେ ଏ କ୍ଷେତ୍ରରେ କାର୍ଯ୍ୟକରି ଦେଶକୁ ଗୌରବାନ୍ୱିତ କରିପାରିଛନ୍ତି । ସେହିପରି ଭାରତରେ ଆଜି ୧୦ କୋଟି ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ବୋଲି ସେ କହିଛନ୍ତି ।












Click it and Unblock the Notifications