BBC'କୁ ଚେତାବନୀ: ଆତଙ୍କୀଙ୍କ ପାଇଁ 'ଯୋଦ୍ଧା'ଶଦ୍ଧ ବ୍ୟବହାର ନେଇ ଚେତାବନୀ
Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବର୍ତ୍ତମାନ ଦେଶରେ ଉତ୍ତେଜନାର ମାହୋଲ ରହିଛି । ପାକିସ୍ତାନ ଉପରେ ବଡ଼ ବଡ଼ ପ୍ରତିବନ୍ଧକ ଲଗାଉଛି ଭାରତ । ସେହିପରି ଡିଜିଟାଲ୍ ଷ୍ଟ୍ରାଇକ୍ ମଧ୍ୟ ଜାରି ରଖିଛି ଭାରତ । ସୋମବାର ଦିନ ପାକିସ୍ତାନର ୧୬ଟି ୟୁଟୁବ୍ ଚ୍ୟାନେଲ୍କୁ ଭାରତ ବ୍ୟାନ୍ କରାଯାଇଥିବା ନେଇ ସୂଚନା ରହିଛି ।

BBC'କୁ ଚେତାବନୀ ଦିଆଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ଖବର ପ୍ରସାଣର ନେଇ ନୋଟିସ୍ ଜାରି କରାଯାଇଛି । ଆତଙ୍କବାଦୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଥିଲା ବିବିସି । ଏନେଇ କେନ୍ଦ୍ର ସରକାର ବିବିସି ମୁଖ୍ୟଙ୍କୁ ଚିଠି ଲେଖି ଏହା କିପରି ରିପୋର୍ଟିଂ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବୈଦେଶିକ ମନ୍ତ୍ରଣାଳୟ ବିବିସି ରିପୋର୍ଟିଂ ଉପରେ ନଜର ରଖିଛି ବୋଲି ମଧ୍ୟ କୁହାଯାଇଛି । ପହଲଗାମରେ ଆକ୍ରମଣ ପରେ ଆକ୍ସନମୋଡରେ ଭାରତ ସରକାର । ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ ।












Click it and Unblock the Notifications