ଆଗୁଆ ଇନ୍‌ଷ୍ଟଲ ହେବନି ‘ସଞ୍ଚାର ସାଥୀ ନିର୍ଦ୍ଦେଶକୁ ପ୍ରତ୍ୟାହାର କଲେ ସରକାର

ଭାରତ ବଜାରରେ ବିକ୍ରି ପାଇଁ ଉପଲବ୍ଧ ପ୍ରତ୍ୟେକ ମୋବାଇଲ ହ୍ୟାଣ୍ଡସେଟ୍‌ରେ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍‌ କରିବାକୁ ସରକାର ଦେଇଥିବା ନିର୍ଦେଶକୁ ବୁଧବାର ପ୍ରତ୍ୟାହାର କରିନେଇଛନ୍ତି। ସଞ୍ଚାର ସାଥୀର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି, ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ ପ୍ରି-ଇନଷ୍ଟଲେସନକୁ ବାଧ୍ୟତାମୂଳକ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

sanchar saathi app

ସୋମବାର କେନ୍ଦ୍ର ସରକାରଙ୍କ ଟେଲିକମ୍ ବିଭାଗ ଜାରି କରିଥିବା ନିର୍ଦେଶରେ ଭାରତ ବଜାରରେ ବିକ୍ରି ପାଇଁ ମୋବାଇଲ ହ୍ୟାଣ୍ଡସେଟ୍‌ ତିଆରି କରୁଥିବା କମ୍ପାନୀଗୁଡିକ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍ କରିବାକୁ ବାଧ୍ୟ ବୋଲି କୁହାଯାଇଥିଲା। ଏପରି କି ଆପ୍‌କୁ ଏପରି ଇନଷ୍ଟଲ୍ କରାଯିବ ଯେପରି କି ଏହାକୁ ଡିଲିଟ୍ ବା ଅନଇନଷ୍ଟଲ୍ କରିବାର ସୁବିଧା ନଥିବ। ସରକାରଙ୍କ ଏପରି ନିର୍ଦେଶକୁ ବିରୋଧୀ ରାଜନୈତିକ ଦଳଗୁଡିକ ସମାଲୋଚନା କରିଥିଲେ।

ବିରୋଧ ପରେ ସରକାର କହିଥିଲେ ଯେ ସଞ୍ଚାର ସାଥୀ ଆପ୍ ମୋବାଇଲରେ ଆଗୁଆ ଇନଷ୍ଟଲ କରାଯିବ। ଆଉ ଏହି ଆପ୍‌କୁ ଯିଏ ଆବଶ୍ୟକ ମନେ କରୁ ନଥିବେ ସେମାନେ ଏହାକୁ ଡିଲିଟ୍ ବା ଅନ୍‌ଇନଷ୍ଟଲ କରିପାରିବେ। ମଙ୍ଗଳବାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏପରି କହିଥିଲେ। ମନ୍ତ୍ରୀ ସିନ୍ଧିଆ କହିଥିଲେ ଯେ ସଞ୍ଚାର ସାଥୀ ଆପ୍ ବ୍ୟବହାର ଉପଭୋକ୍ତାଙ୍କ ଇଚ୍ଛାଧୀନ ନିଷ୍ପତ୍ତି। ମାତ୍ର ବୁଧବାର ସରକାର ଏହି ଆପ୍‌କୁ ଆଗୁଆ ଇନଷ୍ଟଲ କରିବା ନେଇ ହ୍ୟାଣ୍ଡସେଟ୍ ନିର୍ମାତାଙ୍କୁ ଦେଇଥିବା ନିର୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ସରକାର କହିଛନ୍ତି ଯେ ସମସ୍ତଙ୍କୁ ସାଇବର ସୁରକ୍ଷା ଯୋଗାଇ ଦେବା ଲାଗି ସମସ୍ତ ସ୍ମାର୍ଟ ଫୋନରେ ସଞ୍ଚାର ସାଥୀ ଆପ୍ ଇନଷ୍ଟଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି ଆପ୍ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ସାଇବର ଠକଙ୍କ କବଳରୁ ରକ୍ଷା କରିବା ଏହାର ଉଦ୍ଦେଶ୍ୟ। ଏଥିରେ ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ଲୁଚି ରହି ନାହିଁ। ଦେଶର ୧.୪କୋଟି ମୋବାଇଲ ଉପଭୋକ୍ତା ଏହି ଆପ୍‌କୁ ଡାଉନଲୋଡ କରିସାରିଲେଣି।

ତେବେ ବିରୋଧୀ ଦଳଗୁଡିକ କହିଛନ୍ତି ଯେ ସରକାର ଗୁଇନ୍ଦାଗିରି କରିବା ଲାଗି ଏପରି ନିର୍ଦେଶ ଦେଇଛନ୍ତି। ପେଗାସସ୍‌ ଭଳି ଏହି ଆପ୍ ମାଧ୍ୟମରେ ସରକାର ବିରୋଧୀ ରାଜନେତାଙ୍କ ଗତିବିଧି ଉପରେ ନଜର ରଖିବାକୁ ଚାହଁୁଛନ୍ତି। ଏହାଦ୍ବାରା କେବଳ ବିରୋଧୀ ରାଜନେତା ନୁହେଁ ସାଧାରଣ ନାଗରିକଙ୍କ ଗୋପନୀୟତାର ଉଲ୍ଲଙ୍ଘନ ହେବ। ସରକାରଙ୍କ ନିର୍ଦେଶକୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ପ୍ରମୁଖ ସମାଲୋଚନା କରିଥିଲେ। ପ୍ରିୟଙ୍କା କହିଥିଲେ ଯେ ସରକାରଙ୍କ ଏକଛତ୍ରବାଦ ଏହା ଆଉ ଏକ ନମୁନା। ଏହାଦ୍ବାରା ବ୍ୟକ୍ତିର ଗୋପନୀୟତା ଉଲ୍ଲଙ୍ଘନ ହେବ। କେଜରିୱାଲ କହିଥିଲେ ଯେ ସରକାରଙ୍କ ଏହି ନିଷ୍ପତ୍ତି ବ୍ୟକ୍ତିର ଗୋପନୀୟତା ଉପରେ ଆକ୍ରମଣ। ତେଣୁ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଦରକାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+