ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକରି ସରକାର ଶତ ପ୍ରତିଶତ ଡାଲିଜାତୀୟ ଫସଲ ସଂଗ୍ରହ କରିବେ;କୃଷି ମନ୍ତ୍ରୀ
ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକରି ସରକାର ଶତ ପ୍ରତିଶତ ଡାଲିଜାତୀୟ ଫସଲ ସଂଗ୍ରହ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଘୋଷଣା କରିଛନ୍ତି । ଆଜି ନୂଆଦିଲ୍ଲୀରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କୃଷକମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି । ଶ୍ରୀ ଚୌହାନ କହିଛନ୍ତି, ଦେଶର ୭୦ ପ୍ରତିଶତ ଜନସଂଖ୍ୟା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୃଷି ଓ ଏହାର ଆନୁଷଙ୍ଗିକ କାର୍ଯ୍ୟ ସହିତ ଜଡ଼ିତ । କୃଷି' ଭାରତର ଅର୍ଥନୈତିକ ବ୍ୟବସ୍ଥାର ମେରୁଦଣ୍ଡ ରୂପେ କାର୍ଯ୍ୟ କରିଆସୁଛି ।

ଭାରତ ବର୍ତ୍ତମାନ ଚୀନ୍କୁ ପଛରେ ପକାଇ ବିଶ୍ୱର ସର୍ବବୃହତ୍ ଧାନ ଉତ୍ପାଦକ ଦେଶ ଭାବେ ପରିଗଣିତ ହୋଇଛି । ଏଥିସହିତ ଚାଉଳ ରପ୍ତାନୀ ଉପରେ ଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି । ଫଳରେ ଚାଷୀମାନଙ୍କୁ ବିଶେଷକରି ବାସୁମତୀ ଚାଉଳ ଉପରେ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇପାରିବ । ଏଥିସହିତ ଘରୋଇ ଉତ୍ପାଦକମାନଙ୍କ ସୁରକ୍ଷା ଦେବା ଲାଗି ସରକାର ଡାଲିଜାତୀୟ ଶସ୍ୟ ଉପରେ ୩୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି ।
ଶ୍ରୀ ଚୌହାନ କହିଛନ୍ତି, ଚାଷୀମାନଙ୍କ କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଅଧିକ ସଶକ୍ତ କରାଯାଉଛି । ଜଙ୍ଗଲୀ ପଶୁ ବା ଜଳ ଜମି ରହିବା କାରଣରୁ ହେଉଥିବା ଫସଲ କ୍ଷତିକୁ ମଧ୍ୟ ବୀମାଭୁକ୍ତ କରାଇବା ଉପରେ ସରକାର ଚିନ୍ତା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି । ସରକାରଙ୍କଦ୍ୱାରା ଚାଷୀମାନଙ୍କ କଲ୍ୟାଣ ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି :












Click it and Unblock the Notifications