Get Updates
Get notified of breaking news, exclusive insights, and must-see stories!

ଭାରତରେ ସାଇବର୍ ଆଟାକ୍: ଗତବର୍ଷ ଦେଶର ପ୍ରାୟ ୫୦ଟି ସରକାରୀ ୱେବସାଇଟ୍ ହ୍ୟାକ୍

ଗତବର୍ଷ ଭାରତର ପ୍ରାୟ ୫୦ଟି ସରକାରୀ ୱେବସାଇଟ୍ ହ୍ୟାକ୍ । ୨୦୨୨ ମସିହାରେ ମୋଟ୍ ୩ ଲକ୍ଷରୁ ଅଧିକ ସ୍କାମକୁ ଚିହ୍ନଟ କରାଯାଇଛି । ହ୍ୟାକରମାନେ ସିଷ୍ଟମର IP address ଲୁଚାଇବା ପାଇଁ ଲୁକ୍କାୟିତ ସର୍ଭର ବ୍ୟବହାର କରି ସାଇବର ଆଟକ୍ କରନ୍ତି ।

Cyber attack
ନୂଆଦିଲ୍ଲୀ: ୨୦୨୨-୨୩ ରେ ପ୍ରାୟ ୫୦ଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୨୦୨୦, ୨୦୨୧ ଏବଂ ୨୦୨୨ରେ ପ୍ରାୟ ୫୯, ୪୨ ଏବଂ ୫୦ ଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ CERT-In ଅନୁଯାୟୀ, ୨୦୨୦,୨୦୨୧ ଏବଂ ୨୦୨୨ ମସିହାରେ ପ୍ରାୟ ୨,୮୩,୫୮୧,୪,୩୨,୦୫୭,୩,୨୪,୬୨୦ ସ୍କାମ ଚିହ୍ନଟ ହୋଇ ବନ୍ଦ ହୋଇଯାଇଛି । ଅର୍ଥାତ୍ ୨୦୨୨ ମସିହାରେ ମୋଟ୍ ୩ ଲକ୍ଷରୁ ଅଧିକ ସ୍କାମକୁ ଚିହ୍ନଟ କରାଯାଇଛି । ହ୍ୟାକରମାନେ ସିଷ୍ଟମର ପରିଚୟ ଲୁଚାଇବା ପାଇଁ ଲୁକ୍କାୟିତ ସର୍ଭର ବ୍ୟବହାର କରି ସାଇବର ଆଟକ୍ କରନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଅନେକ ସନୟରେ ଦେଶ ଭିତରୁ ଏବଂ ଦେଶ ବାହାରୁ ଭାରତୀୟ ସାଇବର ସ୍ପେସରେ ସାଇବର ଆଟକ୍ କରିବା ପାଇଁ ଚେଷ୍ଟା କରାଯାଇଛି । ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In) ଏପରି କାର୍ଯ୍ୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ଯାଞ୍ଚ୍ କରନ୍ତି । ଯେତେବେଳେ ସାଇବର୍ ଆଟାକ୍ ହୁଏ ସେତେବେଳେ ସିଇଆରଟି ପ୍ରଭାବିତ ସଂସ୍ଥାଗୁଡ଼ିକୁ ସଚେତନ କରିବା ସହ ଏହା ଉପରେ ଯାଞ୍ଚ୍ ଆରମ୍ଭ କରିଥାଏ ।

ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକିଂ ମାମଲା

ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟ, ଇମେଲ ଏବଂ ୱେବସାଇଟ ତୁଳନାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ସଂଖ୍ୟା ଖୁବ୍ କମ୍ ଅଟେ । ଏପ୍ରିଲ୍ ୨୦୨୨ରେ କେନ୍ଦ୍ର ଦେଇଥିବା ସୂଚନା ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ମୋଟ୍ ୬୪୧ଟି ସରକରୀ ଟ୍ୱିଟର ଆକାଉଣ୍ଟ, ଇମେଲ ଏବଂ ୱେବସାଇଟ୍ ଟ୍ୟାମ୍ପରିଂ ଏବଂ ହ୍ୟାକ୍ ହୋଇଛି ।

ଦିଲ୍ଲୀ AIIMS ସର୍ଭର ହ୍ୟାକ୍ କରାଯାଇଥିଲା

ଦିଲ୍ଲୀର ଅଲ ଇଣ୍ଡିଆ ମେଡିକାଲ ଇନଷ୍ଟିଚ୍ୟୁଟର ସର୍ଭର ମଧ୍ୟ ହ୍ୟାକ୍ କରାଯାଇଥିଲା । ଯେଉଁଥି ପାଇଁ କିଛି ଦିନ ପର୍ଯ୍ୟନ୍ତ ଡାକ୍ତରଖାନାର ସମସ୍ତ ଡିମାର୍ଟମେଣ୍ଟକୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଥିଲା । ଏହି ଘଟଣା ପରେ ସରକାର ହ୍ୟାକିଂ ବିରୋଧରେ ଆହୁରି କଠୋର ପଦକ୍ଷେପ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+