ଟମାଟୋ ପରେ ଶସ୍ତାରେ ଡାଲି ଯୋଗାଇ ଦେବେ ସରକାର, କିଲୋ ପିଛା ୬୦ ଟଙ୍କାରେ ଡାଲି ପାଇବେ ଗ୍ରାହକ, ଜାଣନ୍ତୁ କେଉଁଠି ମିଳିବ ?
ନୂଆଦିଲ୍ଲୀ: ଏବେ ସରକାର ଶସ୍ତା ଦାମରେ ଟମାଟୋ ବିକ୍ରୀ କରୁଥିବା ବେଳେ ଏବେ ଡାଲି ବିକ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହରଡ, ମୁଗ ଓ ବୁଟ ଡାଲି ଦରକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଏବେ ବୁଟ ଡାଲି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏନେଇ ସରକାର ସାରା ଦେଶରେ ଥିବା ୭୦୩ଟି ନାଫେଡ ଷ୍ଟୋରକୁ ଚିହ୍ନଟ କରିଛନ୍ତି । କେନ୍ଦ୍ରୀୟ ଭଣ୍ଡାର ଓ ଡାଏରୀ ସଫଳ ରିଟେଲ ଷ୍ଟୋରରେ ମଧ୍ୟ ଏହି ଦାମରେ ଚଣାଡାଲି ଉପଭୋକ୍ତାମାନେ ପାଇ ପାରିବେ । କେନ୍ଦ୍ରୀୟ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରଣାଳୟର ମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ଘୋଷଣା କରିବା ପରେ ସୋମବାର ଠାରୁ କିଲୋପ୍ରତି ୬୦ ଟଙ୍କାରେ ଚଣାଡାଲି ବିକ୍ରି କରିବା ଆରମ୍ଭ ହୋଇଛି । ଭାରତ ଡାଲ ବ୍ରାଣ୍ଡ ନାମରେ ପ୍ୟାକ୍ ହେଉଥିବା ଚଣାଡାଲି କିଲୋପ୍ରତି ୬୦ ଟଙ୍କା ଓ ଯେଉଁ ଗ୍ରାହକମାନେ ୩୦ କିଲୋଗ୍ରାମର ପ୍ୟାକେଟ କିଣିବେ ସେମାନଙ୍କୁ କିଲୋପ୍ରତି ୫୫ ଟଙ୍କାରେ ମିଳିବ ।

ରାଜ୍ୟ ସରକାରଙ୍କୁ ତାଙ୍କ କଲ୍ୟାଣକାରୀ ଯୋଜନା ଲାଗି, ପୋଲିସ, ଜେଲ୍ ରେ ଚାହିଦା ପୂରଣ ଲାଗି ଏବଂ ଉପଭୋକ୍ତା ସହକାରୀ ଦୋକାନ ମାଧ୍ୟମରେ କେନ୍ଦ୍ର ସରକାର ଚଣା ଡାଲି ଯୋଗାଇ ଦେଉଛନ୍ତି । ଚଣା ଡାଲି ଭାରତରେ ସବୁଠୁ ଅଧିକ ମାତ୍ରାରେ ଉତ୍ପାଦିତ ହୋଇଥାଏ। ସାରା ଭାରତରେ ଅନେକ ରୂପରେ ଏହାର ଉପଯୋଗ କରାଯାଇଥାଏ । ସାଲାଡ୍ ପ୍ରସ୍ତୁତ କରିବା ଲାଗି ଗୋଟା ଚଣାକୁ ଭିଜାଇ ସିଝା ଯାଏ। ଭଜା ହୋଇଥିବା ଚଣାକୁ ଜଳଖିଆ ରୂପରେ ପରଷି ଦିଆଯାଏ। ଛଣା ହୋଇଥିବା ଚଣା ଡାଲିକୁ ହରଡ଼ ଡାଲି, ତରକାରୀ ଏବଂ ସୁପ୍ର ବିକଳ୍ପ ରୂପରେ ଉପଯୋଗ କରାଯାଏ। ଚଣା ବେସନ ଛଣା ଖାଦ୍ୟ ସାମଗ୍ରୀ ଏବଂ ମିଠେଇ ପାଇଁ ଏକ ପ୍ରମୁଖ ଉପଦାନ ରୂପରେ ବ୍ୟବହୃତ ହୁଏ। ଚଣାର ଅନେକ ପୁଷ୍ଟିକର ଗୁଣ ରହିଛି ।
ଉଲ୍ଲେଖଥାଉ କି, ଦେଶରେ ଡାଲିର ଦାମ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବର୍ଷକ ମଧ୍ୟରେ ହରଡ ଡାଲିର ମୂଲ୍ୟ ୩୨ ପ୍ରତିଶତ ବୃଦ୍ଧି ପାଇଛି । କେବଳ ଗତ ମାସରେ ହରଡାଲି ମୂଲ୍ୟ ୭ ପ୍ରତିଶତ ବୃଦ୍ଧି ପାଇଛି । ହରଡ ସହିତ ମୁଗ ଓ ବିରି ଡାଲିର ଦାମ୍ ବି ବୃଦ୍ଧି ପାଇଛି ।












Click it and Unblock the Notifications