ସ୍ୱଳ୍ପ ମୂଲ୍ୟରେ ଭିମ୍ - ୟୁ.ପି.ଆଇ. କାରବାରକୁ ବ୍ୟାପକ କରିବା ଲାଗି ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ୍ର ମଞ୍ଜୁରି
ସ୍ୱଳ୍ପ ମୂଲ୍ୟର ଭିମ୍-ୟୁ.ପି.ଆଇ. କାରବାରକୁ ପ୍ରସାରିତ କରିବା ଲାଗି ସରକାର ଆଜି ଏକ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଛନ୍ତି । କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ଲାଗି ୧ ହଜାର ୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଫଳରେ କ୍ଷୁଦ୍ର ବ୍ୟବସାୟୀମାନେ କୌଣସି ଅତିରିକ୍ତ ଖର୍ଚ୍ଚ ବହନ ନ କରି ୟୁ.ପି.ଆଇ. ସେବା ପାଇପାରିବେ । ୨ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ସେମାନଙ୍କୁ ପ୍ରତି କାରବାର ପିଛା 0.15% ପ୍ରୋତ୍ସାହନ ମିଳିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।












Click it and Unblock the Notifications