ଭାରତ–ଆମେରିକା ମଧ୍ୟରେ ୪୫ ଲକ୍ଷ କୋଟି ଟଙ୍କାର ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ପାଇଁ ସରକାରଙ୍କ ଲକ୍ଷ୍ୟ
କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି,ଭାରତ-ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ ଭାରତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ୫୦ ପ୍ରତିଶତ ପାରସ୍ପରିକ ଶୁଳ୍କକୁ ବର୍ତ୍ତମାନ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ଏକ ମିଳିତ ବିବୃତିରେ ଶ୍ରୀ ଗୋଏଲ କହିଛନ୍ତି, ଚୀନ୍, ପାକିସ୍ତାନ, ବାଂଲାଦେଶ ଏବଂ ଭିଏତନାମ ସମେତ ଏହାର ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଭାରତର ଶୁଳ୍କ କମ୍ ରହିଛି।
ସେ କହିଛନ୍ତି, ଏହି ବୁଝାମଣା ଫଳରେ ଦେଶର କୃଷି ଏବଂ ଦୁଗ୍ଧ କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରାଯାଇପାରିବ ଏବଂ ମସଲା, ଚା, କଫି, କାଜୁ, ଚେଷ୍ଟ ନଟ୍, ଆଭୋକାଡୋ, କଦଳୀ, ଆମ୍ୱ, କିୱି ଏବଂ ଆଳୁ ଭଳି କୃଷି ଉତ୍ପାଦ ଉପରେ ଆମେରିକାରେ ଶୂନ୍ୟ ଶୁଳ୍କ ଲାଗୁ ହେବ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଦେଶର ସମସ୍ତ କ୍ଷେତ୍ରରେ ଏହି ବାଣିଜ୍ୟ ଚୁକ୍ତିକୁ ସ୍ୱାଗତ କରାଯାଇଛି।

ଏହି ଚୁକ୍ତିକୁ ନ୍ୟାୟସଙ୍ଗତ ଏବଂ ସନ୍ତୁଳିତ ବୋଲି ବର୍ଣ୍ଣନା କରି ଶ୍ରୀ ଗୋଏଲ କହିଛନ୍ତି' ମକା, ଗହମ, ଚାଉଳ, ଚିନି, ସୋୟାବିନ୍ ଏବଂ କୁକୁଡ଼ା ସମେତ ଭାରତରେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦିତ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ଶୁଳ୍କ ରିହାତି ବାହାରେ ରଖାଯାଇଛି, ଯାହା କୃଷକଙ୍କ ସ୍ୱାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରୁଛି। ୨୦୪୭ ବିକଶିତ ଭାରତ ଯାତ୍ରାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ବୁଝାମଣା ସହାୟକ ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି।












Click it and Unblock the Notifications