Get Updates
Get notified of breaking news, exclusive insights, and must-see stories!

ବାପା-ମାଙ୍କ ସେବା ପାଇଁ ୩୦ ଦିନ ଛୁଟି ନେଇପାରିବେ ସରକାରୀ କର୍ମଚାରୀ

ଏଣିକି ପରିଣତ ବୟସରେ ପିତାମାତାଙ୍କ ସେବା କରିବାକୁ ନେଇପାରିବେ ଛୁଟି। ୩୦ ଦିନ ଛୁଟି ନେଇପାରିବେ ସରକାରୀ କର୍ମଚାରୀ । ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଏନେଇ ରାଜ୍ୟସଭାରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି।

ପିତାମାତାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟିର ପ୍ରାବଧାନ ରହିଛି କି ନାହିଁ ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ ସେଣ୍ଟାଲ ସିଭିଲ ସର୍ଭିସେସ୍‌ ରୁଲ ୧୯୭୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ଅର୍ଜିତ ଅବକାଶ ମିଳିପାରିବ । ଏଥିସହ ୨୦ ଦିନର ଅର୍ଦ୍ଧବେତନ ଅବକାଶ ବା ହାଫ୍‌ ପେ ଲିଭ୍‌ , ୮ ଦିନିଆ ଆକସ୍ମିକ ଛୁଟି ବା କାଜୁଆଲ ଲିଭ୍‌ ଏବଂ ପ୍ରତିବର୍ଷ ୨ ଦିନ ପ୍ରତିବନ୍ଧିତ ଛୁଟି ବା ରେଷ୍ଟ୍ରିକଟେଡ ହଲିଡେର ପ୍ରାବଧାନ ରହିଛି । ଏସବୁ ବ୍ୟତୀତ ସରକାରୀ କର୍ମଚାରୀମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ଛୁଟି ମଧ୍ୟ ନେଇପାରିବେ । ସେମାନେ ନିଜ ପିତାମାତାଙ୍କ ସେବା କରିବା ପାଇଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ହେଉ, ଏସବୁ ଛୁଟି ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସିଂହ କହିଛନ୍ତି।

jitendra

ସେବା ଆଇନ ଅନୁସାରେ, ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଜିତ ଛୁଟି, ଅଧାଦିନ ଛୁଟି, ପରିବର୍ତ୍ତିତ ଛୁଟି, ଅବୈତନିକ ଛୁଟି, ବିଶେଷ ଛୁଟି, ମାତୃତ୍ୱକାଳୀନ ଛୁଟି, ପିତୃତ୍ୱ ଛୁଟି, ପିଲା ସେବା ଛୁଟି, ପାଠପଢ଼ା ଛୁଟି, ସ୍ୱତନ୍ତ୍ର ଭିନ୍ନକ୍ଷମ ଛୁଟି, ହସ୍ପିଟାଲ ଛୁଟି ଓ ବିଭାଗୀୟ ଛଟି ଭଳି ଅନେକ ଛୁଟିର ପ୍ରାବଧାନ ରହିଛି । ସେହିଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ରୀୟ ସରକାରୀ ସଂସ୍ଥାରେ ପଦବୀ ଖାଲି ହେବା ଓ ନିଯୁକ୍ତି ଦିଆଯିବା ଏକ ନିରନ୍ତର ପ୍ରକ୍ରିୟା । ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଉପରେ ତାହା ନିର୍ଭର କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+