ଏକ୍ସ ଉପରେ ବର୍ଷିଲେ କେନ୍ଦ୍ର ସରକାର, ଦେଲେ କଡା ଚେତାବନୀ

ନୂଆଦିଲ୍ଲୀ: ବିଭିନ୍ନ ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ ଗତ ୮ ଦିନ ଧରି ବୋମା ଧମକ ମିଳୁଥିବା ବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଆସୁଥିବା ଧମକକୁ ରୋକିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ସୋଶାଲ ମିଡିଆ ପ୍ଲାଟଫର୍ମର ଅସହଯୋଗକୁ ନେଇ ଭର୍ସନା କରିଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ। ଫେକ୍ ଧମକ ପଠାଉଥିବା ୟୁଜର ହ୍ୟାଣ୍ଡେଲ ବାବଦରେ ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ବିବରଣୀ ଶେୟାର କରିବାକୁ ଅନିଚ୍ଛା ପ୍ରକାଶ କରୁଥିବାରୁ ଏପରି ଭର୍ସନା କରାଯାଇଛି। ଏଥିସହ ପ୍ଲାଟଫର୍ମଗୁଡିକର ଏପରି କାର୍ଯ୍ୟକଳାପ ଅପରାଧକୁ ପ୍ରୋତ୍ସାହିତ କରିବା ସହ ସମାନ ବୋଲି ଭାରତ ସରକାର କହିଛନ୍ତି।

elon musk

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଏ ବାବଦରେ କଡ଼ା ଚେତାବନୀ ଦେଇଛନ୍ତି। ଏକ୍ସ ମାଧ୍ୟମରେ ମିଛ ଧମକର ଲହର ଦେଖିବାକୁ ମିଳିଥିବା ବେଳେ ମେସେଜ ପଠାଉଥିବା ଆକାଉଣ୍ଟକୁ ବ୍ଲକ କରିବା ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ସମାଧାନ ବ୍ୟବହାର କରିବାକୁ ଏକ୍ସକୁ କୁହାଯାଇଛି। ଏ ବାବଦରେ ପୂର୍ବରୁ ମଧ୍ୟ ଏକ୍ସକୁ କରାଯାଇଥିବା ଅନୁରୋଧକୁ ଗୁରୁତ୍ବ ଦିଆଯାଇନଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି।

ଏକ୍ସ କର୍ତ୍ତୃପକ୍ଷ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ତତ୍କାଳ ସେମାନଙ୍କ ପୋଷ୍ଟ୍‌ ଉପରେ ନିୟନ୍ତ୍ରଣ ଆଣିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।ମାମାଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସକୁ ଅଭିଯୁକ୍ତଙ୍କ ସୋଶାଲ ମିଡିଆ ଆଇଡିର ସବିଶେଷ ତଥ୍ୟ ଆବଶ୍ୟକ ଥିଲା। କିନ୍ତୁ ଏଥିରେ ମେଟା କିମ୍ବା ଏକ୍ସ ପୂର୍ଣ୍ଣ ସହଯୋଗ କରୁନଥିବାରୁ ଭାରତ ସରକାର ପ୍ଲାଟଫର୍ମକୁ ଭର୍ସନା କରିଛନ୍ତି।

ପ୍ରକାଶ ଥାଉକି, ବିଗତ କିଛି ଦିନ ହେବ ଭାରତୀୟ ବିମାନଗୁଡ଼ିକୁ କଲ୍ କିମ୍ବା ସୋଶାଲ ମିଡିଆ ପୋଷ୍ଟରେ ମିଛ ଧମକ ମିଳିଆସୁଛି। ବିମାନରେ ବୋମା ଥିବା ନେଇ ଧମକ ଦେଉଛନ୍ତି ଦୁର୍ବୃତ୍ତ। ଫଳରେ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁ ଥିବାବେଳେ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+