ୱକଫ୍ସଂ ଶୋଧନ ବିଲ୍ ଆଗତ ଆଜି: ମଧ୍ୟାହ୍ନ ୧୨ଟାରେ ଉପସ୍ଥାପନ କରାଯିବ
ଲୋକସଭାରେ ୱକଫ୍ ସଂଶୋଧନ ବିଲ୍ ଆଜି ପ୍ରଶ୍ନକାଳ ପରେ ମଧ୍ୟାହ୍ନ ୧୨ଟାରେ ଉପସ୍ଥାପନ କରାଯିବ। ବାଚସ୍ପତି ଓମ୍ ବିର୍ଲା ଏ ନେଇ ୮ ଘଣ୍ଟା ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ତେବେ ବିଲ୍ ବାବଦ ଆଲୋଚନା ଏହି ସମୟ ପର୍ଯ୍ୟାପ୍ତ ନୁହେଁ, ଏହି ଆଲୋଚନା ୧୨ ଘଣ୍ଟା ହେବା ଦରକାର ବୋଳି ବିରୋଧୀ ଦଳମାନେ ଦାବି କରିଛନ୍ତି।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଏହି ବିଲ୍ ଉପରେ ଆଲୋଚନା ସମୟ ବୃଦ୍ଧି କରାଯାଇପାରେ। ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗରେ ନିଜର ଏଜେଣ୍ଡା ଲାଗୁ କରୁଛନ୍ତି ଏବଂ ଇଣ୍ଡି ମେଣ୍ଟ ବିଲ୍କୁ ବିରାଧ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି।
ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ ଆମେ ବିଲ୍କୁ ଜୋର୍ଦାର ବିରୋଧ କରିବୁ ଏବଂ ଏଥିରେ କୌଣସି ସାଲିସ୍ ହେବନାହିଁ। ଅନ୍ୟପକ୍ଷରେ ଵକଫ୍ରେ ସଂସ୍କାର ସମୟର ଆବଶ୍ୟକତା ଏବଂ ଦେଶ ପାଇଁ ଜରୁରୀ ବୋଲି ବିଜେପି ନେତାମାନେ କହିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଆମେ ବିଲ୍ ଉପରେ ଆଲୋଚନା ଚାହୁଛୁ। ଏ ନେଇ ସବୁ ରାଜନୈତିକ ଦଳର କହିବାର ଅଧିକାର ରହିଛି। କେଉଁ ଦଳର ଆଭିମୁଖ୍ୟ କ'ଣ ତାହା ମଧ୍ୟ ଦେଶ ଜାଣିବାକୁ ଚାହୁଛି। ଯଦି ବିରୋଧୀ ବିତର୍କରେ ଭାଗ ନେବାକୁ ଚାହୁନାହାନ୍ତି, ତେବେ ଆମେ ସେମାନଙ୍କୁ ଅଟକାଇ ପାରିବୁ ନାହିଁ। ୱକଫ୍ ବିଲ୍ ଉପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରତ୍ୟେକ ଭଲ କାମକୁ ଏବେ ବିରୋଧ କରାଯାଉଛି।
ସରକାରୀ ସମ୍ପତ୍ତିକୁ ବଳପୂର୍ବକ ଦଖଲ କରିବା ପାଇଁ ଵକଫ୍ ଏକ ମାଧ୍ୟମ ପାଲଟିଛି। ଅନ୍ୟପକ୍ଷରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି ଏହି ବିଲ୍କୁ 'ଵକଫ୍ ବରବାଦ ବିଲ୍' ବୋଲି କହିଛନ୍ତି। ମୁସଲମାନମାନଙ୍କ ପ୍ରତି ଘୃଣା ସୃଷ୍ଟି କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ସେ ଅଭିଯୋଗ କରିଛନ୍ତି।












Click it and Unblock the Notifications