‘No Detention Policy’ ହଟାଇଲେ କେନ୍ଦ୍ର ସରକାର: ଏଣିକି ଏହି ଶ୍ରେଣୀର ପିଲା ଫେଲ୍‌ ହେଲେ ଫେଲ୍‌

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇ 'ନୋ ଡିଣ୍ଟେସନ ପଲିସି' ରଦ୍ଦ କରିଦେଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ଏବେ ୫ମ ଏବଂ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ । ଅସଫଳ ଛାତ୍ରଛାତ୍ରୀମାନଙ୍କୁ ୨ ମାସ ଭିତରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ଯଦି ଦ୍ୱିତୀୟ ଥରରେ ବି ସେମାନେ ଅସଫଳ ହୁଅନ୍ତି, ତା' ହେଲେ ସେମାନଙ୍କୁ ଫେଲ୍ କରି ଦିଆଯିବ । ପରବର୍ତ୍ତୀ ଶ୍ରେଣୀକୁ ସେମାନେ ଯାଇପାରିବେ ନାହିଁ । ୮ମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବି ବିଦ୍ୟାର୍ଥୀଙ୍କୁ ସ୍କୁଲରୁ ନିଷ୍କାସିତ କରାଯିବ ନାହିଁ ।

ଏହି ପରିବର୍ତ୍ତନ କେନ୍ଦ୍ରୀୟ ବିଦ୍ୟାଲୟ, ନବୋଦୟ ବିଦ୍ୟାଲୟ ଏବଂ ସୈନିକ ବିଦ୍ୟାଳୟ ସମେତ ୩୦୦୦ରୁ ଅଧିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟକୁ ପ୍ରଭାବିତ କରିବ। ଶିକ୍ଷା ମୁଖ୍ୟତଃ ଏକ ରାଜ୍ୟ ବିଷୟ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ୧୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନା ଆଧାରରେ ପୂର୍ବ ନୀତି ବନ୍ଦ କରିଛନ୍ତି। ଅନ୍ୟ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୀତି ଜାରି ରଖିଥିବାବେଳେ ଅଳ୍ପ କେତେକ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି।

school students

ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା କଥା ଯେ ଏହି ନିୟମ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲ ସମେତ କେନ୍ଦ୍ର ଦ୍ୱାରା ପରିଚାଳିତ ପ୍ରାୟ ୩ ହଜାରର ସ୍କୁଲରେ କାର୍ଯ୍ୟକାରୀ ହେବ। ଶିକ୍ଷା ରାଜ୍ୟର ବ୍ୟାପାର ହୋଇଥିବାରୁ ରାଜ୍ୟଗୁଡ଼ିକ ସେମାନଙ୍କ ହିସାବରେ ଅନ୍ୟ ସ୍କୁଲରେ ଏହି ନିୟମ ଲାଗୁ କରିପାରିବେ।

ଗୁଜୁରାଟ, ଓଡିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ ଦିଲ୍ଲୀ ଭଳି ଅନେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ କେରଳ ପରି କେତେକ ରାଜ୍ୟ ମଧ୍ୟ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଛନ୍ତି। କେରଳ କହିଛି ଯେ, ନିୟମିତ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢ଼ାଇବ, ଯାହା ଡ୍ରପଆଉଟ୍ ହାରକୁ ବୃଦ୍ଧି କରିବ। କେରଳ ଯୁକ୍ତି କରିଛି, ପିଲାମାନଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ଶିକ୍ଷକମାନଙ୍କୁ ତାଲିମ ଦେବା ଏବଂ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରିବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+