କତାରରେ ଫାଶୀଦଣ୍ତ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ଏସ୍ ଜୟଶଙ୍କର
Death Penalty In Qatar: କତାରରେ ଫାଶୀଦଣ୍ତ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ତେବେ କାତାରରୁ ଭାରତୀୟ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ ନିଶ୍ଟିତ କରିଛନ୍ତି ।
ଏନେଇ ସୋଶାଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ ସୟାର କରି ଜୟଶଙ୍କର ସୂଚନା ଦେଇ ଲେଖିଛନ୍ତି ଯେ, କତାରରେ ଅଟକ ରହିଥିବା ୮ ଜଣ ଭାରତୀୟଙ୍କ ପରିବାରବର୍ଗଙ ସଦସ୍ୟଙ୍କୁ ଆଜି ମୁଁ ଭେଟିଛି, ଏହି ମାମଲାତୁ ଭାରତ ସରକାର ଗୁରୁତ୍ୱ ସହ ନେଇଛନ୍ତି । ସେମାନଙ୍କୁ ମୁକ୍ତ କରି ନିଜ ଦେଶକୁ ଫେରାଇ ଆଣିବା ପାଇଁ ସବୁ ପ୍ରକାରର ପ୍ରୟାସ ଜାରି ରଖିଛନ୍ତି । ସେ ଆହୁରି କହିଛନ୍ତି, ଏ ପ୍ରସଙ୍ଗରେ ସେମାନଙ୍କ ପରିବାର ସହ ସମନ୍ୱୟ ରକ୍ଷା କରିବୁ ।
ସେ ଆହୁରି କହିଛନ୍ତି ଯେ, ଏହି ମାମଲାର ସମସ୍ତ ବିକଳ୍ପକୁ ବିଚାର କରାଯାଉଛି । କତାର କୋର୍ଟ ଏପର୍ଯ୍ୟନ୍ତ ଭାରତକୁ ନିଷ୍ପତ୍ତିର କପି ଦେଇନାହାଁନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟଙ୍କ ନିଷ୍ପତ୍ତି ଉପରେ କତାର ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ଭାରତ ସରକାର ଏହି ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି । ଭାରତ ଏହାର ସମାଧାନ କରିବାକୁ ଚେଷ୍ଟା କରୁଛି ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, କତାର କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିବା ଆଠ ଜଣ ଭାରତୀୟ ନୌସେନା ଅଧିକାରୀଙ୍କ ମଧ୍ୟରେ କ୍ୟାପଟେନ ନବତେଜ ସିଂ ଗିଲ, କମାଣ୍ଡର ପୁର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ସଞ୍ଜୀବ ଗୁପ୍ତା, କ୍ୟାପଟେନ ବିରେନ୍ଦ୍ର କୁମାର ଭର୍ମା, କମାଣ୍ଡର ସୁଗୁନାକର ପାକାଲା ଏବଂ କମାଣ୍ଡର ଅମିତ ନାଗପାଲ ବିକ୍ରେତା ରାଗେଶ ସାମିଲ ଅଛନ୍ତି ।












Click it and Unblock the Notifications