Get Updates
Get notified of breaking news, exclusive insights, and must-see stories!

ରାହୁଲ ଦେଲେ ଆଲୋଚନା ପାଇଁ ପ୍ରସ୍ତାବ ମାନିଲେ ସରକାରୀ ଦଳ

ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶୁକ୍ରବାର ରାହୁଲ ଗୃହରେ ପ୍ରସ୍ତାବ ଦେଇଥିବାବେଳେ ସରକାର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି। ଗୃହରେ ରାହୁଲ କହିଥିଲେ ଯେ ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ଯୋଗଁୁ ପରିବେଶ ବିଷାକ୍ତ ହେବାରେ ଲାଗିଛି। ପ୍ରଦୂଷିତ ବାୟୁ ଯୋଗୁଁ ଲକ୍ଷଲକ୍ଷ ଶିଶୁ ଓ ବୟସ୍କ ଲୋକ ରୋଗାକ୍ରାନ୍ତ ହେଉଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହେବା ଜରୁରୀ।

Rahul Gandh

ଏହା ଏକ ବୈଚାରିକ ପ୍ରସଙ୍ଗ। ଆଶା ଗୃହର ସମସ୍ତ ସଦସ୍ୟ ଏହା ଉପରେ ଆଲୋଚନା ପାଇଁ ସମ୍ମତ ହେବେ। ଆଲୋଚନା ଆଧାରରେ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ସରକାରଙ୍କ ଯୋଜନା ଓ ପଦକ୍ଷେପକୁ ବିରୋଧୀ ପକ୍ଷ ସମର୍ଥନ କରିବେ ବୋଲି ରାହୁଲ ଘୋଷଣା କରିଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିବା ଠିକ୍ ନୁହେଁ ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସରକାର ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହୀ। ଲୋକସଭା ବିଜନେସ୍ ଆଡଭାଇଜରୀ କମିଟି ଏଥିପାଇଁ ଦିନ ଓ ସମୟ ଧାର୍ଯ୍ୟ କରିବ। ରାହୁଲଙ୍କ ପ୍ରସ୍ତାବ ଉପରେ ତାଙ୍କ ଭଉଣୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସମ୍ମତି ପ୍ରକାଶ କରିଥିଲେ। ଶୁକ୍ରବାର ଦିଲ୍ଲୀର ବାୟୁ ମାନକ ସୂଚକାଙ୍କ (ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୩୨ ରହିଥିଲା। ଯାହା ଅତି ନିମ୍ନ ମାନର ବୋଲି ବିବେଚିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+