ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ଅଧୀନରେ 'ଆଦର୍ଶ ସୌର ଗ୍ରାମ: ମୁକ୍ତ ବିଜୁଳି ଯୋଜନା' କାର୍ଯ୍ୟକାରିତା ପାଇଁ ମାର୍ଗଦର୍ଶିକା ଜାରି 

ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି।

'ଆଦର୍ଶ ସୌର ଗ୍ରାମ' ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା । ଏହି ଯୋଜନା ପାଇଁ ମୋଟ ୮୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା ୧ କୋଟି ଟଙ୍କା ପ୍ରଦାନ କରାଯିବ ।

ପ୍ରତିଯୋଗିତା ପଦ୍ଧତିରେ ଏକ ଗ୍ରାମ ଭାବରେ ବିବେଚିତ ହେବା ପାଇଁ, ଗୋଟିଏ ଗ୍ରାମ ଏକ ରାଜସ୍ୱ ଗ୍ରାମ ହେବା ଆବଶ୍ୟକ ଯାହାର ଜନସଂଖ୍ୟା ୫୦୦୦ରୁ ଅଧିକ (କିମ୍ବା ସ୍ୱତନ୍ତ୍ର ବର୍ଗ ରାଜ୍ୟ ପାଇଁ ୨୦୦୦) ହୋଇଥିବ । ଚୟନ ପ୍ରକ୍ରିୟା ଏକ ପ୍ରତିଯୋଗିତାମୂଳକ ପଦ୍ଧତି, ଯେଉଁଥିରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଦ୍ୱାରା ଘୋଷଣା ହେବାର ୬ ମାସ ପରେ ସ୍ଥାପିତ ସେମାନଙ୍କର ସାମଗ୍ରିକ ବିତରଣ ଅକ୍ଷୟ ଶକ୍ତି (ଆରଇ) କ୍ଷମତା ଉପରେ ଗ୍ରାମଗୁଡ଼ିକର ମୂଲ୍ୟାଙ୍କନ କରାଯାଏ।

Model Solar Village

ସର୍ବାଧିକ ଆରଇ କ୍ଷମତା ଥିବା ପ୍ରତ୍ୟେକ ଜିଲ୍ଲାର ବିଜେତା ଗ୍ରାମକୁ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁଦାନ ମିଳିବ। ଜିଲ୍ଲାସ୍ତରୀୟ କମିଟି (ଡିଏଲସି)ର ତତ୍ତ୍ୱାବଧାନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯିବ, ଯାହା ସୁନିଶ୍ଚିତ କରିବ ଯେ ଚିହ୍ନଟ ଗ୍ରାମଗୁଡ଼ିକ ସୌର ଚାଳିତ ଗ୍ରାମକୁ ପ୍ରଭାବଶାଳୀ ଭାବରେ ପରିବର୍ତ୍ତିତ ହେବ ଏବଂ ଦେଶର ଅନ୍ୟ ଗ୍ରାମଗୁଡିକ ପାଇଁ ଆଦାର୍ଶ ଭାବରେ କାର୍ଯ୍ୟ କରିବ ।

ସୌର ଛାତ କ୍ଷମତାର ପରିସୀମା ବୃଦ୍ଧି କରିବା ଏବଂ ଆବାସିକ ପରିବାରମାନଙ୍କୁ ସେମାନଙ୍କର ନିଜସ୍ୱ ବିଜୁଳି ଉତ୍ପାଦନ ପାଇଁ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୯ ଫେବୃଆରୀ ୨୦୨୪ରେ ପିଏମ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୭୫,୦୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଏହା ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+