ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ ଭାରତ ସରକାର , ଗୃହ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଭାରତ ସରକାର ନୂଆ ବର୍ଷ ଆରମ୍ଭରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ବିରୋଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଗୋଲଡିଙ୍କୁ ଆତଙ୍କବାଦୀ ଘୋଷଣା କରିଛି । ଏ ବାବଦରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଗୋଲ୍ଡି ବ୍ରାର ସାମିଲ ରହିଚି ।
ଭାରତରେ ଟାର୍ଗେଟ ହତ୍ୟା ମାମଲାରେ ଗୋଲ୍ଡି ବ୍ରାରଙ୍କ ସମେତ ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଥିଲା । ଗୋଲ୍ଡି ବ୍ରାର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇଙ୍କ ନିକଟତର ବୋଲି ମଧ୍ୟ କୁହାଯାଏ । ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କିଛି ସମୟ ପୂର୍ବରୁ ଗ୍ୟାଙ୍ଗଷ୍ଟର ସମ୍ବନ୍ଧୀୟ ଅନେକ ମାମଲାର ଯାଞ୍ଚ କରିଥିଲା । ଏହା ପରେ ସେ ୨୮ ବଡ ଏବଂ ଭୟଙ୍କର ଗ୍ୟାଙ୍ଗଷ୍ଟର ଯାଏ ପହଞ୍ଚିଥିଲେ , ଯେଉଁମାନେ ଦେଶରେ ଆତଙ୍କ ବିସ୍ତାର କରିନ୍ତି । ଆଉ ଏଭଳି ଅପରାଧୀଙ୍କ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଦାଖଲ କରିଥିଲା ଏନଆଇଏ ।

ଏହି ଗ୍ୟାଙ୍ଗଷ୍ଟରମାନେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟରେ ବହୁ କୁଖ୍ୟାତ ଅପରାଧୀ ସାମିଲ ଅଛନ୍ତି । ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ଗୋଲଡିଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ସୀମା ବାହାରେ ଥିବା ଆତଙ୍କବାଦୀ ଏଜେନ୍ସି ଗୋଲ୍ଡି ବ୍ରାରକୁ ସମର୍ଥନ କରୁଥିବା ସହ ସେ ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି ।
ରାଷ୍ଟ୍ରବାଦୀ ନେତାମାନଙ୍କୁ ଧମକପୂର୍ଣ୍ଣ କଲ କରିବା, ଧମକ ଦେଇ ଟଙ୍କା ମାଗିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ହତ୍ୟାକାଣ୍ଡ ପାଇଁ ଗୋଲ୍ଡି ନିଜକୁ ଦାୟୀ କରିଛି । ସେ ସୀମାର ଆରପାର୍ଶ୍ୱରୁ ଡ୍ରୋନ୍ ମାଧ୍ୟମରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଚୋରା କାରବାର କରି ବିଭିନ୍ନ ହତ୍ୟାକାଣ୍ଡରେ ବ୍ୟବହାର କରୁଛି । ଏସବୁ କାର୍ଯ୍ୟକଳାପକୁ ଦେଖି ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କରାଯାଉଛି ।












Click it and Unblock the Notifications