କୃଷକଙ୍କ ଆୟ ବୃଦ୍ଧି ଉପରେ କୃଷିମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଏଥିଲାଗି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି

କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ୬ ସୂତ୍ରୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଜି ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ୨୦୦୨-୦୩ରେ କୃଷକଙ୍କ ଆୟ ମାସିକ ୨ ହଜାର ୧୧୫ ଟଙ୍କା ଥିବାବେଳେ ୨୦୧୮-୧୯ରେ ଏହା ୧୦ ହଜାର ୨୧୮ ଟଙ୍କାକୁ ବୃଦ୍ଧି ପାଇଛି।

farmer

୬ ସୂତ୍ରୀ ରଣନୀତିରେ ଉତ୍ପାଦନ ବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ହ୍ରାସ, ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ସର୍ବନିମ୍ନ ମୂଲ୍ୟ ସୁନିଶ୍ଚିତ କରିବା, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଭରଣା, କୃଷିର ବିବିଧତା ଏବଂ ପ୍ରାକୃତିକ ଓ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ଆଦି ରହିଛି। ସେ କହିଛନ୍ତି, ଚାଷୀମାନଙ୍କୁ କମ୍ ସୁଧହାରରେ ଋଣ ଓ ସାର ଏବଂ ଯାନ୍ତ୍ରିକ ଚାଷ ପାଇଁ ସବ୍‍ସିଡି ମଧ୍ୟ ଦିଆଯାଉଛି। ଗତବର୍ଷ ଚାଷୀଙ୍କୁ ୨ ଲକ୍ଷ ୧୪ ହଜାର କୋଟି ଟଙ୍କାର ସବ୍‍ସିଡି ଦିଆଯାଇଥିଲା। କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ରେକର୍ଡ କ୍ରୟ କରିଛନ୍ତି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+