ଏଣିକି ଯାତ୍ରୀବାହୀ କାରରେ ରହିବ 6ଟି ଏୟାର ବ୍ୟାଗ୍ ,ଜାଣନ୍ତୁ କେବେ ଠାରୁ ହେବ ଲାଗୁ ନୂତନ ନିୟମ
ଯାତ୍ରୀବାହୀ ଗାଡ଼ିରେ 6ଟି ଏୟାର ବ୍ୟାଗ୍ ରହିବା ବଧ୍ୟତାମୂଳକ ହେବ। 2023 ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବା ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ବର୍ତ୍ତମାନ ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ନୂତନ ନିୟମ ତିଆରି କରୁଥିବା ଦେଖାଯାଇଛି। ଏହାରି ଭିତରେ ଆଉ ଏକ ନୂଆ ନିୟମ ଯୋଡ଼ିଛନ୍ତି କେନ୍ଦ୍ର ସରକାର। ଯାତ୍ରୀବାହୀ ଗାଡ଼ିରେ 6ଟି ଏୟାର ବ୍ୟାଗ୍ ରହିବା ବଧ୍ୟତାମୂଳକ ହେବ। 2023 ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବା ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି "ଅଟୋ ଇଣ୍ଡଷ୍ଟ୍ରି ସାମ୍ନା କରୁଥିବା ବୈଶ୍ୱିକ ରପ୍ତାନୀ ଶୃଙ୍ଖଳରେ ବିଭିନ୍ନ ବାଧା ବ୍ୟାପକ ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ଲକ୍ଷ୍ୟ କରି ଯାତ୍ରୀବାହୀ କାରରେ 1 ଅକ୍ଟୋବର 2023ରେ 6 ଏୟାର ବ୍ୟାଗ୍ ନିୟମକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି।"
Safety of all passengers travelling in motor vehicles irrespective of their cost and variants is the foremost priority.
— Nitin Gadkari (@nitin_gadkari) September 29, 2022
ତେବେ ପୂର୍ବରୁ ସିଟ୍ ବେଲ୍ଟ ବାନ୍ଧିବା ନେଇ ବାଧ୍ୟତାମୂଳକ ନିୟମ ଥିବା ବେଳେ ଟାଟାର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ବିୟୋଗ ପରେ ଏଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ସେପ୍ଟେମ୍ବର ମାସରୁ ଏହାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଉଲ୍ଲଂଘନକାରୀଙ୍କୁ ଟ୍ରାଫିକ୍ ନିୟମ ଅନୁସାରେ, ଦଣ୍ଡିତ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ସେପ୍ଟେମ୍ବର 4 ତାରିଖରେ ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ଗ୍ରୁପର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କର ମୁମ୍ବାଇ ପାଲଘର ଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେ କାର୍ ଆଗ ସିଟ୍ରେ ବସିଥିଲେ ବି ସିଟ ବେଲ୍ଟ ବାନ୍ଧି ନଥିଲେ। ଫଳରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ବେଲ୍ଟ ବାନ୍ଧିଥିଲେ ହୁଏତ ତାଙ୍କର ଜୀବନ ବଞ୍ଚିଯାଇ ପାରିଥାନ୍ତା ବୋଲି କୁହାଯାଉଛି।












Click it and Unblock the Notifications