Get Updates
Get notified of breaking news, exclusive insights, and must-see stories!

ଦେଶର ଭିତ୍ତିଭୂମି କ୍ଷେତ୍ର ବିକାଶ ଲାଗି ସରକାର ଗ୍ରହଣ କରୁଛନ୍ତି ତ୍ୱରିତ ପଦକ୍ଷେପ; ଅର୍ଥମନ୍ତ୍ରୀ

ଲୋକସଭାରେ ଆଜି କେନ୍ଦ୍ର ବଜେଟ୍‍ ୨୦୨୬-୨୭ ଉପରେ ଆଲୋଚନା ଜାରି ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନାରେ ଭାଗ ନେଇ କହିଛନ୍ତି, ଦେଶରେ ଭିତ୍ତିଭୂମି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ କହିଛନ୍ତି, ଏମ୍‍.ଏସ୍‍.ଏମ୍‍.ଇ. ଉପରେ ଅଧିକ ସ୍ୱତନ୍ତ୍ର ଧ୍ୟାନ କେନ୍ଦ୍ରିତ କରାଯିବା ସହ ଶ୍ରମ ଭିତ୍ତିକ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି । ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ଏଲ୍‍.ଜେ.ପି. (ଆର୍‍) ସାଂସଦ ଅରୁଣ ଭାରତୀ କହିଛନ୍ତି, ଦେଶର ବିକାଶ ପାଇଁ ଏହି କେନ୍ଦ୍ର ବଜେଟ୍‍ ଉଦ୍ଦିଷ୍ଟ । ସେ ଏହାକୁ ଏକ ସମାବେଶୀ ଓ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍‍ ବୋଲି କହିବା ସହ ୨୦୪୭ ବିକଶିତ ଭାରତ ଗଠନ ଲକ୍ଷ୍ୟକୁ ପୂରଣ ଦିଗରେ ଏହା ଭିତ୍ତି ସ୍ଥାପନ କରିବ ବୋଲି କହିଛନ୍ତି ।

କେନ୍ଦ୍ର ବଜେଟ୍‍ ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ର ଏବଂ ନିର୍ମାଣ କ୍ଷେତ୍ରକୁ ଅଧିକ ସୁଦୃଢ଼ କରୁଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି । କେନ୍ଦ୍ର ସରକାର ବିହାରକୁ ପ୍ରାଥମିକତା ଦେଇଛନ୍ତି । ୨୦୦୪ ମସିହାରୁ ୨୦୧୪ ମସିହା ମଧ୍ୟରେ ବିହାରକୁ ୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୧୪ରୁ ୨୦୨୪ ମସିହା ମଧ୍ୟରେ ଏହା ତିନିଗୁଣ କରାଯାଇ ୯ ଲକ୍ଷ କୋଟି ଟଙ୍କାରେ ପହଞ୍ôଚପାରିଥିବା ଶ୍ରୀ ଭାରତୀ କହିଛନ୍ତି । ସେହିପରି ସିକ୍କିମ୍‍ କ୍ରାନ୍ତିକାରୀ ମୋର୍ଚ୍ଚାର ଇନ୍ଦ୍ର ହାଙ୍ଗ ସୁବା କହିଛନ୍ତି, ଚଳିତ ବଜେଟ୍‍ରେ ସମାଜର ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ସବୁ ବର୍ଗକୁ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

nirmala sitharaman

ବିଜେପିର ସୁଧୀର ଗୁପ୍ତା କେନ୍ଦ୍ର ବଜେଟ୍‍କୁ ପ୍ରଶଂସା କରି କହିଛନ୍ତି, ଏହି ବଜେଟ୍‍ ୨୦୪୭ ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ କରିବା ଦିଗରେ ସହାୟକ ହେବ । ସେ କହିଛନ୍ତି, ୟୁ.ପି.ଏ. ଶାସନ କାଳରେ ୨୦୧୩-୧୪ରେ କେନ୍ଦ୍ର ବଜେଟ୍‍ ପରିମାଣ ୧୬ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏନ୍‍.ଡି.ଏ. ଶାସନ କାଳରେ ୨୦୨୬-୨୭ରେ ଏହି ପରିମାଣ ୫୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ପ୍ରତିରକ୍ଷା କ୍ଷେତ୍ରରେ ବଜେଟ୍‍ ପରିମାଣ ୬ ଲକ୍ଷ ୮୦ ହଜାର କୋଟି ଟଙ୍କା କରାଯାଇଛି, ଯାହାକି ୟୁ.ପି.ଏ. ସରକାରଙ୍କ ଶାସନ କାଳରେ ଏହାର ପରିମାଣ ୨ ଲକ୍ଷ କୋଟି ଟଙ୍କା ଥିଲା ।

ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି, କେନ୍ଦ୍ର ବଜେଟ୍‍ରେ କୃତ୍ରିମ ବୁଦ୍ଧିମତା (ଏ.ଆଇ.) ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି, ଯାହାକି ଇଞ୍ଜିନିୟରିଂ ଏବଂ ଆଇ.ଟି. ସେକ୍ଟରରେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଶଙ୍କା ଜନକ ପରିସ୍ଥିତି ସୃଷ୍ଟି ହୋଇପାରେ । ବିଜେପିର ଅନୁରାଗ ସିଂହ ଠାକୁର କହିଛନ୍ତି, ବଜେଟ୍‍ରେ ଗରିବଙ୍କ କଲ୍ୟାଣ, ମହିଳାଙ୍କୁ ସଶକ୍ତ, କୃଷକମାନଙ୍କ ଉନ୍ନତି ଏବଂ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରାଧାନ୍ୟ ଦିଆଯାଇଛି । ଶିବସେନାର ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, ଚଳିତ ବଜେଟ୍‍ ହେଉଛି ନୂତନ ଭାରତର ପ୍ରତିଫଳନ । ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+