'ଜାମ୍ମୁ-କାଶ୍ମୀରରେ ପୁଞ୍ଜିନିବେଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ଦେଉଛନ୍ତି ପ୍ରାଥମିକତ'
ଜାମ୍ମୁ କାଶ୍ମୀରରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିକାଶମୂଳକ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରମୁଖ ଭିତ୍ତିଭୂମି କାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାର କାର୍ଯ୍ୟକାରିତା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି।

ଆକାଶବାଣୀ ଜାମ୍ମୁ ସମ୍ୱାଦଦାତା ଦେଇଥିବା ସୂଚନା ଅନୁଯାୟୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରକଳ୍ପ-ୱାଇଜ୍ କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ ଏବଂ ବିକାଶ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ସେ କହିଥିଲେ ଗତ ଦଶନ୍ଧି ମଧ୍ୟରେ ଜାମ୍ମୁ- କାଶ୍ମୀରରେ ହୋଇଥିବା ପୁଞ୍ଜି ନିବେଶ, ଶିଳ୍ପ, କ୍ରୀଡ଼ା ଏବଂ ଭିତ୍ତିଭୂମିରେ ଅଭୂତପୂର୍ବ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଜାମ୍ମୁ-କାଶ୍ମୀରକୁ ଅଧିକ ବିକଶିତ କରିବା ଆମର ପ୍ରାଥମିକତା।












Click it and Unblock the Notifications