ଦଣ୍ଡ ନୁହେଁ, ନ୍ୟାୟ ସଂହିତା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର: ରାଷ୍ଟ୍ରପତି
୩୭୦ ଉଚ୍ଛେଦ ପରେ କାଶ୍ମୀରରେ ବିକାଶର ବାତାବରଣ ବୋଲି କହିଲେ ରାଷ୍ଟ୍ରପତି। ଲୋକସଭା ଓ ବିଧାନସଭା ନିର୍ବାଚନ ସେଠାରେ ଶାନ୍ତିରେ ସରିଛି । ଆଜି ବିଶ୍ବ ଭାରତର ଯୋଗ ପରମ୍ପରାକୁ ମାନିଛି । ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରାଯାଇଛି।
ନର୍ଥଇଷ୍ଟରେ ଶାନ୍ତି ସ୍ଥାପନ ପାଇଁ ସରକାର କାମ କରୁଛନ୍ତି । ନର୍ଥଇଷ୍ଟର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ।

ଦଣ୍ଡ ନୁହେଁ, ନ୍ୟାୟ ସଂହିତା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପଦକ୍ଷେପ ଉତ୍ସାହଜନକ । ନକ୍ସଲଙ୍କ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନକ୍ସଲ ପ୍ରଭାବିତ ଅଞ୍ଚଳ ୧୨୬ରୁ ହ୍ରାସ ହୋଇ ୩୮ରେ ପହଞ୍ଚିଛି। ବିଶ୍ବବନ୍ଧୁର ଛବି ମଜବୁତ ହୋଇଛି ବୋଲି କହିଲେ ରାଷ୍ଟ୍ରପତି। ବିପଦ ଓ ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ଛିଡ଼ା ହୋଇଛି।












Click it and Unblock the Notifications