ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ବଜାୟ ରଖିବା ଲାଗି ଭାରତୀୟ ଆଇନ୍କୁ ସଂଶୋଧନ କରିଛନ୍ତି ସରକାର: ଆଇନ୍ମନ୍ତ୍ରୀ
ଦେଶରେ ମହିଳାମାନଙ୍କର ସୁରକ୍ଷା ଏବଂ ସମ୍ମାନ ବଜାୟ ରଖିବା ଲାଗି କେନ୍ଦ୍ର ସରକାର ଭାରତୀୟ ଆଇନ୍କୁ ସଂଶୋଧନ କରିଛନ୍ତି ବୋଲି ଆଇନ୍ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କହିଛନ୍ତି । ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ମହିଳା ଓ ସାଇବର ସଚେତନତା କାର୍ଯ୍ୟକ୍ରମ ସମ୍ପର୍କିତ ସାଇବର ଆଇନ୍ ଉପରେ ଅନୁଷ୍ଠିତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ।
ଶ୍ରୀ ମେଘୱାଲ୍ କହିଛନ୍ତି, କୃତ୍ରିମ ବୁଦ୍ଧିମତାର ବିଭିନ୍ନ ଆଧୁନିକ କୌଶଳ ପ୍ରୟୋଗ କରାଯାଇ ଦେଶରେ ବର୍ତ୍ତମାନ ମହିଳାମାନଙ୍କ ବିରୁଦ୍ଧରେ ଅନେକ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏ ସବୁକୁ ପ୍ରତିହତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ସାଇବର କାର୍ଯ୍ୟକଳାପ ପ୍ରତି ସତର୍କ ରହିବା ସହିତ ଏଭଳି ଅଘଟଣ ଘଟିଲେ ତୁରନ୍ତ ଅଭିଯୋଗ ପଞ୍ଜିକରଣ କରିବା ନିମନ୍ତେ ଆଇନ୍ ମନ୍ତ୍ରୀ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଦେଶରେ ମହିଳାଙ୍କ ଲାଗି ସାଇବର ଆଇନ୍କୁ ଅଧିକ ସଶକ୍ତ କରିବା ଦିଗରେ ୨୦୦ରୁ ଅଧିକ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋଚନା କରିବା ଲାଗି ଜାତୀୟ ମହିଳା ଆୟୋଗଙ୍କ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ କର୍ମଶାଳାର ବିଷୟବସ୍ତୁ ସହିତ ସମ୍ପୃକ୍ତ ଥିବା ବିଭିନ୍ନ ପ୍ରତିପକ୍ଷ, ସରକାରୀ ବିଭାଗ, ବେସରକାରୀ ସଂସ୍ଥା ତଥା ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ ।












Click it and Unblock the Notifications