ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମଇମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସୂଚନା ଅନୁଯାୟୀ, ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଜେନେରାଲ୍ ଚୌହାନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂପର୍କିତ ପ୍ରସ୍ତାବକୁ ଗତକାଲି ଅନୁଷ୍ଠିତ ବୈଠକରେ ମଂଜୁରୀ ପ୍ରଦାନ କରିଛନ୍ତି । ସେ ଆସନ୍ତାବର୍ଷ ମଇ ମାସ ୩୦ ତାରିଖ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉଭୟ ପ୍ରତିରକ୍ଷା ମୁଖ୍ୟ ଓ ପ୍ରତିରକ୍ଷା ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ଉଭୟ ପ୍ରତିରକ୍ଷା ମୁଖ୍ୟ ଓ ପ୍ରତିରକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି ।













Click it and Unblock the Notifications