ଜୁନ୍ ୨୫ ସମ୍ବିଧାନ ହତ୍ୟା ଦିବସ

Samvidhaan Hatya Diwas: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ । ୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇବାକୁ ପାଳନ କରାଯିବ । ଏନେଇ ଆଜି ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

Samvidhaan Hatya Diwas

୨୫ ଜୁନ୍ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାର ପରଦିନ ଅର୍ଥାତ୍ ୨୬ ଜୁନ୍ ରେ ଦେଶବାସୀଙ୍କୁ ଏନେଇ ରେଡିଓରେ ସୂଚନା ଦେଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ ଏକ ପୋଷ୍ଟରେ ବିଜ୍ଞପ୍ତିକୁ ସେୟାର କରି ଏନେଇ ସୂଚନା ଦେଇଛନ୍ତି ।

ଅମିତ ଶାହ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ୨୫ ଜୁନ୍ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କର ଏକଛତ୍ରବାଦୀ ମାନସିକତାକୁ ପ୍ରତିଫଳିତ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ଭାରତୀୟ ଗଣତନ୍ତ୍ରର ହତ୍ୟା କରିଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ବିନା ଦୋଷରେ ଜେଲରେ ରଖାଯାଇଥିଲା ଏବଂ ଗଣମାଧ୍ୟମର ସ୍ୱର ଦମନ କରାଯାଇଥିଲା। ଭାରତ ସରକାର ପ୍ରତିବର୍ଷ ୨୫ ଜୁନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ୧୯୭୫ରେ ଯେଉଁ ଲୋକ ମାନେ କଷ୍ଟ ସହିଛନ୍ତି ଏହି ଦିନଟି ସେମାନଙ୍କ ଅବଦାନକୁ ମନେ ପକାଇବା ପାଇଁ ।

ଜରୁରୀକାଳୀନ ପରିସ୍ଥିତିରେ ବଡ ବିରୋଧୀ ଦଳର ନେତାମାନେ ଜେଲରେ ଥିଲେ ମଧ୍ୟ ସେମାନେ ଏକତା ପ୍ରଦର୍ଶନ କରିଥିଲେ। ବହୁ ବିରୋଧୀଦଳ ନେତା ରାସ୍ତାକୁ ଓହ୍ଲାଇଥିଲେ ଏବଂ ରାଷ୍ଟ୍ରପତି ଭବନକୁ ଘେରାଉ କରିଥିଲେ । ଯାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ହଟାଯିବା ପରେ ୧୯୭୭ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଇନ୍ଦିରା ଗାନ୍ଧୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେତେବେଳେ ଇନ୍ଦିରା ଗାନ୍ଧୀ ନିଜେ ରାୟବରେଲିରୁ ନିର୍ବାଚନରେ ​​ହାରି ଯାଇଥିଲେ।

ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା ୩ ଥର ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ୧୯୬୨, ୧୯୭୧ ଏବଂ ୧୯୭୫ ମସିହାରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+