ଦେଶରେ ରହିଛି ୨୧ ନକଲି ବିଶ୍ୱ ବିଦ୍ୟାଳୟ

ଭାରତରେ ୨୧ଟି ନକଲୀ ବିଶ୍ୱବିଦ୍ୟାଳୟ ରହିଛି । ଲୋକସଭାରେ ଆଜି ଏ ସଂପର୍କିତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷାରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ୧୨ଟି ନକଲୀ ବିଶ୍ବବିଦ୍ୟାଳୟକୁ ବନ୍ଦ କରାଯାଇଛି । ସେ କହିଛନ୍ତି ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନକଲୀ ବିଶ୍ବବିଦ୍ୟାଳୟ ଏବଂ ପଞ୍ଜୀକୃତ ବିଶ୍ଵବିଦ୍ୟାଳୟ ତାଲିକା ପ୍ରକାଶ କରିଥାଏ ।

21 Fake Universities

ଏହାଛଡ଼ା କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ନକଲୀ ବିଶ୍ବବିଦ୍ୟାଳୟ ଗୁଡ଼ିକ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଶ୍ରୀ ମଜୁମଦାର କହିଛନ୍ତି ଉଭୟ ସରକାର ଏବଂ ୟୁଜିସି ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ନକଲୀ ବିଶ୍ଵବିଦ୍ୟାଳୟ ବିରୋଧରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । କେତେକ କ୍ଷେତ୍ରରେ ସେଭଳି ନକଲୀ ପ୍ରତିଷ୍ଠାନ ଓ ବିଶ୍ବବିଦ୍ୟାଳୟ ବିରୁଦ୍ଧରେ ଏତଲା ଦାୟର କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+