Get Updates
Get notified of breaking news, exclusive insights, and must-see stories!

ଫେବ୍ରୁଆରୀ ପହିଲାରେ କେନ୍ଦ୍ର ବଜେଟ୍: ସରକାର ଡାକିଲେ ସର୍ବଦଳୀୟ ବୈଠକ

Union Budget 2024: ଫେବ୍ରୁଆରୀ ୧ ତାରିଖରେ ସାଧାରଣ ବଜେଟ୍ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସଂସଦର ଉଭୟ ଗୃହରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଲଗାତର ଷଷ୍ଠ ଥର ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ନିର୍ବାଚନ ତେଣୁ ଏହା କାମଚଳା ହେବା ସତ୍ୱେ ଲୋକଭିମୁଖୀ ହେବା ନେଇ ଆଶା କରାଯାଉଛି ।

ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଜେଟ୍ ଅଧିବେଶନ 31 ଜାନୁୟାରୀରୁ ଆରମ୍ଭ ହୋଇ 9 ଫେବୃଆରୀରେ ଶେଷ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ । ନିର୍ବାଚନ ପରେ ନୂତନ ସରକାର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଏକ ପ୍ରକାର ପାରମ୍ପାରିକ ବୈଠକ ଅନୁଷ୍ଠିତ ହୋଇଥାଏ । ଏହି ବୈଠକରେ ବିଭିନ୍ନ ଦଳର ନେତାମାନେ ସଂସଦରେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗଗୁଡିକ ଉପସ୍ଥାପନ କରିଛନ୍ତି। ଏଥିସହ ସରକାର ସେମାନଙ୍କୁ ନିଜ ଏଜେଣ୍ଡା ବିଷୟରେ ସୂଚନା ମଧ୍ୟ ଦେବେ ।

 budget 2024

ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ଏହି ବଜେଟ ଉପରେ ରହିଛି ସମସ୍ତଙ୍କ ନଜର । ରିପୋର୍ଟ ଅନୁସାରେ ସରକାରଙ୍କ ଫୋକସରେ ରହିବେ ମଧ୍ୟବିତ୍ତ ବର୍ଗ । ତେବେ ଟିକସ୍ ସ୍ଲାବରେ କୌଣସି ପରିବର୍ତ୍ତନ ନ ହୋଇପାରେ । ହେଲେ ବିକଳ୍ପ ଆୟକର ବ୍ୟବସ୍ଥାରେ ଷ୍ଟାଣ୍ତାର୍ଡ ଡିଡକେସନ ସୀମାକୁ ୫୦ ହଜାରରୁ ଲକ୍ଷେ ଟଙ୍କାକୁ ବଢାଇ ଦିଆଯାଇପାରେ । ଏହା ପେଟ୍ରୋଲ ଡିଜେଲ ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+