ଆଉ ଟାଣି ପାରିବେ ନାହିଁ ହୁକ୍କା, ବ୍ୟାନ କଲେ ରାଜ୍ୟ ସରକାର
ବେଙ୍ଗଲୁରୁ : ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଆଉ ଟାଣି ପାରିବ ନାହିଁ ହୁକା । ଘୋଷଣା କଲେ ରଜ୍ୟରକର । ଏମିତି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ହୁକା ଧୂମପାନ ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଗୁରୁବାର ଘୋଷଣା ଏହି କରିଛନ୍ତି ।

ସାମାଜିକ ଗଣମାଧ୍ୟମ ଏକ୍ସ'ରେ ଏକ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି, "ଜନସ୍ୱାସ୍ଥ୍ୟ ଏବଂ ଯୁବପିଢିଙ୍କ ସୁରକ୍ଷା ପାଇଁ ହୁକ୍କା ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲଗାଯାଇଛି। ଏଥିରେ ସେ ଲେଖିଛନ୍ତି ହୁକ୍କା ଧୂମପାନ ସହ ଜଡିତ ଗୁରୁତର ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ ରଖି ଆମେ ସାରା ରାଜ୍ୟରେ ହୁକ୍କା ଧୂମପାନ ଉପରେ ନିଷେଧାଦେଶ ଜାରି କରିଛୁ।"
ଏହାପୂର୍ବରୁ ୨୦୨୩ ସେପ୍ଟେମ୍ବର ମାସରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଘୋଷଣା କରିଥିଲେ। ଏଥିସହ ତମାଖୁ ସେବନର ବୟସକୁ ୧୮ରୁ ୨୧କୁ ବୃଦ୍ଧି କରିଥିଲେ କର୍ଣ୍ଣାଟକ ସରକାର। ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ କହିଥିଲେ, ହୁକ୍କାରେ ଥିବା ଉପାଦାନ ଯୋଗୁ ନିଶା ସେବନ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇପାରେ। ତେବେ କର୍ଣ୍ଣାଟକର ବାର ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ବିରୋଧ କରିଥିଲା। ଏବେ ହୁକ୍କା ଉପରେ କର୍ଣ୍ଣାଟକ ସରକାର ବ୍ୟାନ୍ ଲଗାଇବା ପରେ ଏହାକୁ ବିରୋଧର କରି ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ କୋର୍ଟକୁ ଯିବ ବୋଲି ଧମକ ଦେଇଛି।












Click it and Unblock the Notifications