୧୮ଟି ଓଟିଟି ଆପ୍ସ ସମେତ ୧୯ଟି ଓ୍ୱେବସାଇଟ୍ ବ୍ୟାନ୍ କଲେ କେନ୍ଦ୍ର ସରକାର
ପୁଣି ହେଲା ଡିଜିଟାଲ ଷ୍ଟ୍ରାଇକ୍ । କେନ୍ଦ୍ର ସରକାର ୧୮ଟି ଓଟିଟି ଆପ୍ସ ସମେତ ୧୯ଟି ଓ୍ୱେବସାଇଟ୍ ବ୍ୟାନ୍ କରିଛନ୍ତି । ଏହା ସହ ୧୦ଟି ଆପ୍ସ ସମେତ ୫୭ଟି ସୋଶାଲ ମିଡିଆ ହ୍ୟାଣ୍ଡେଲ ମଧ୍ୟ ବ୍ୟାନ୍ କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଏସବୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅନେକ ଥର ଚେତାବନୀ ଜାରି କରାଯାଇଥିଲା।
ଗୁଗୁଲ୍ ପ୍ଲେ-ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଏହି ଆପ୍ସଗୁଡିକୁ ମଧ୍ୟ ହଟାଇ ଦିଆଯାଇଛି । ଏସବୁ ଆପ୍ ଓ ଫ୍ଲାଟଫର୍ମଗଡିକ ଉପରେ ପ୍ରତିବନ୍ଧିତ ଆଇଟି ଆକ୍ସ ୨୦୦୦ର ଧାରା ୬୭ ଏବଂ ୬୭ଏ, ଆଇପିସିର ଧାରା ୨୯୨ ଏବଂ ଆଇଆରଡବ୍ଲୁଏ ୧୯୮୬ର ଧାରା ୪ ଅନୁଯାୟୀ ଲାଗୁ କରାଯାଇଛି।
ବ୍ୟାନ୍ ହୋଇଥିବା ଆପ୍ଗୁଡିକ ହେଲା Dreams Films, Voovi, Yessma, Uncut Adda, TriFlicks, X Prime, Neon X VIP, Besharams, Hunters, Rabbit, Xtramood, Nuefliks, MoodX, Mojflix, Hot Shots VIP, Fugi, Chikooflix ଏବଂ PrimePlay ମଧ୍ୟ ସାମିଲ ଅଛି ।

ଆଇଟି ଆକ୍ଟର ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି OTT ପ୍ଲାଟଫର୍ମରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରଦର୍ଶିତ କରାଯାଉଥିଲେ । ସେଗୁଡିକୁ ହଟାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବାରମ୍ବାର ଚେତାବନୀ ଦେଇଥିଲେ। ହେଲେ ଏହା ପରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଏମାନେ ଅମାନ୍ୟ କରିଥିଲେ।












Click it and Unblock the Notifications