Get Updates
Get notified of breaking news, exclusive insights, and must-see stories!

ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଇ ଦିନ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା, ଅର୍ଦ୍ଧନମିତ ହେବ ଜାତୀୟ ପତାକା

ମୁମ୍ବାଇ: ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ନିଧନରେ ଭାରତ ସରକାର ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଭାରତର ଜାତୀୟ ପତାକା ଦୁଇ ଦିନ ଅର୍ଦ୍ଧ ନମିତ ହୋଇ ରହିବ । ସୁର ସାମ୍ରାଜ୍ଞୀଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଗାୟକ କୈଲାଶ ଖେର, ଅନୁ ମଲିକ, ଅଭିନେତା ଅକ୍ଷୟ କୁମାର ଏବଂ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି ।

ରବିବାର ସକାଳେ ମୁମ୍ବାଇ ବ୍ରିଚ କାଣ୍ଡୀ ହସ୍ପିଟାଲରେ ଲତାଙ୍କ 92 ବର୍ଷ ବୟସରେ ଦେହାନ୍ତ ହୋଇଥିବା ଘୋଷଣା ହୋଇଥିଲା । ମଧ୍ୟପ୍ରଦେଶର ଇନ୍ଦୋରରେ 1929 ମସିହାରେ ଜନ୍ମ ଗ୍ରହଣ କରିଥିଲେ ସୁର ସାମ୍ରାଜ୍ଞୀ ଲତା । ମାତ୍ର 13 ବର୍ଷ ବୟସରେ ଲତା ଦିଦି ପାଦ ଥାପି ଥିଲେ । ଏକ ମରାଠି ଚଳଚିତ୍ରରେ ଲତା ଗାଇଥିଲେ ନିଜର ପ୍ରଥମ ଗୀତ । ବୋଲିଉଡରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲେ ଚଳଚିତ୍ର "ଆପକି ସେବା ମେ" ମାଧ୍ୟମରେ। 1945 ମସିହାରେ ଏହି ଚଳଚିତ୍ରରେ ଗୀତ ଗାଇବା ପୂର୍ବରୁ ଲତା ଦିଦି ଏକାଧିକ ମରାଠି ଚଳଚିତ୍ରରେ ଗୀତ ଗାନ କରିଥିଲେ । କେବଳ ମରାଠି ନୁହେଁ ଲତା ଦିଦିଙ୍କ କଣ୍ଠ ବାଣୀ ପ୍ରଦାନ କରିଛି ଓଡିଆ, ବଙ୍ଗାଳୀ, ଗୁଜରାତି ତଥା ଦକ୍ଷିଣ ଭାରତୀୟ ସଙ୍ଗୀତକୁ । ଦୀର୍ଘ 75 ବର୍ଷ ଧରି ସଙ୍ଗୀତ ସାଧନା କରି କିମ୍ବଦନ୍ତୀ ପାଲଟିଥିଲେ ଲତା ।

Lata Mangeshkar

ଭାରତ ଚୀନ ଲଢେଇ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅନୁରୋଧ କ୍ରମେ ଲତା ଗାଇଥିଲେ ''ଏ ମେରେ ବତନ କେ ଲୋଗୋ'' ଯାହା କି ସମଗ୍ର ଦେଶରେ ନୂତନ ଶିହରଣ ଖେଳାଇ ଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+