ବିଜେପିରେ ଯୋଗ ଦେଲେ ଗୌରବ ବଲ୍ଲଭ
ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ଗୌରବ ଭଲ୍ଲବ ବିଜେପିରେ ଯୋଗ ଦେଇଛନ୍ତି। ପାର୍ଟି ନେତା ବିନୋଦ ତାୱଡେ ତାଙ୍କୁ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ଛାଡିବାକୁ ନିଷ୍ପତ୍ତ ନେଇ ଗୌରବ ଭଲ୍ଲବ କଂଗ୍ରେସ ଅଧ୍ୟକ୍ଷଙ୍କୁ ମୋର ଇସ୍ତଫା ପତ୍ର ଲେଖୁଛି ଏବଂ ଏଥିରେ ମୋର ହୃଦୟର ସମସ୍ତ ଭାବନା ପ୍ରକାଶ କରିଛି।

ସୁଚନା ଯୋଗ୍ୟ ଯେ , ଆଜି କଂଗ୍ରେସ ନେତା ଗୌରବ ବଲ୍ଲଭ ସମସ୍ତ ପଦବୀରୁ ଇସ୍ତଫା ଘୋଷଣା କରିଥିଲେ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଇସ୍ତଫା ପତ୍ର ମଧ୍ୟ ସେୟାର କରୁଥିଲେ । ଗୌରବ ଭଲ୍ଲଭ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ କଂଗ୍ରେସ ଯେଉଁ ପରିଭାବରେ ଆଗକୁ ବଢ଼ୁଛି ମୁଁ ସେଥିରେ ଖୁସି ଅନୁଭବ କରୁନାହିଁ।
ଗୌରବ ବଲ୍ଲଭ ଆହୁରି ଲେଖିଛନ୍ତି - ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କିମ୍ବା ଦେଶର ଦେଶର ଭଲ ଚିନ୍ତା କରୁଥିବା ଲୋକଙ୍କୁ ସକାଳ ଓ ସନ୍ଧ୍ୟାରେ ଦୁର୍ବ୍ୟବହାର କରିପାରିବି ନାହିଁ। ତେଣୁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଇସ୍ତଫା ଦେବା ପୂର୍ବରୁ ସେ ଦଳର ମୁଖପାତ୍ର ଭାବେ ଦାୟିତ୍ଲ ତୁଲାଉଥିଲେ। କିନ୍ତୁ ଲୋକସଭା ନିର୍ବାଚନ ମଧ୍ୟରେ ସେ ଦଳରୁ ଇସ୍ତଫା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଛନ୍ତି।
ଇସ୍ତଫା ଦେବା ପରେ ଗୌରବ ବଲ୍ଲଭ ଏକ ସୋଶାଲ ମିଡିଆ ପୋଷ୍ଟରେ ଲେଖିଥିଲେ, "କଂଗ୍ରେସ ଆଜି ଯେଉଁ ଦିଗରେ ଗତି କରୁଛି, ସେଥିପାଇଁ ମୁଁ ଆସ୍ୱସ୍ଥି ଅନୁଭବ କରୁନାହିଁ। ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କି ସକାଳ-ସଞ୍ଜ ଦେଶର ଉନ୍ନତି ସାଧନ କରୁଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିପାରିବି ନାହିଁ। ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।












Click it and Unblock the Notifications