ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍ ଟୁରିଷ୍ଟ ଗୋପୀଚାନ୍ଦ
ଜେଫ୍ ବେଜୋସ୍ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ ସ୍ପେସ୍ ଟୁରିଜିମ୍ ମିଶନର ଅଂଶ ସ୍ବରୂପ ବ୍ଲ୍ୟୁ ଅରିଜିନ ଏନ୍ଏସ୍-୨୫କୁ ନେଇ କାର୍ମାନ ଲାଇନ ଅତିକ୍ରମ କରିବା ପରେ ସେଠାରୁ ଫେରିବେ।

କାର୍ମାନ ଲାଇନ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତ ମହାକାଶ ସୀମା। ସମୁଦ୍ର ପତ୍ତନଠାରୁ ୧୦୦ କିଲୋମିଟର ଉଚ୍ଚରେ ଏହା ଅବସ୍ଥିତ। ଆମେରିକାର ଓ୍ବେଷ୍ଟ ଟେକ୍ସାସର ଲଞ୍ଚ ସାଇଟ୍ ଓ୍ବାନ୍ରୁ ବ୍ଲ୍ୟୁ ଅରିଜିନ ଏନ୍ଏସ୍୨୫ ଉତ୍କ୍ଷେପଣ ବେଳେ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦେଖିହେବ।












Click it and Unblock the Notifications