ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ
ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀ / ବିଜେପି ନେତା ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗୋପାଳ ରାମଗୁଲାମ ଛକ ନିକଟରେ କାର୍ ପାର୍କିଂ କରି ଗାଡିରୁ ଓହ୍ଲାଉଥିଲେ।

ଏତିକି ବେଳେ କିଛି ଦୁର୍ବୁତ୍ତ ତାଙ୍କ ମୁଣ୍ଡକୁ ଗୁଳିମାଡ କରିଥିଲେ। ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ପୁଲିସ୍ ଏବଂ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ୦୧୮ ମସିହାରେ ବୈଶାଳୀରେ ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଜଣେ ଅପରାଧୀଙ୍କୁ ମଧ୍ୟ ଗିରଫ କରିଥିଲା।












Click it and Unblock the Notifications